ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଇନିଜ୍‌ ଆପ୍‌ ଟିକ୍‌ଟକ୍‌ ଉପରୁ ବ୍ୟାନ ହଟାଇଲା ପାକିସ୍ତାନ। ଚୀନକୁ ଡରି ପାକିସ୍ତାନ ସରକାର ବ୍ୟାନ୍‌ ହେବାର ମାତ୍ର ୧୦ ଦିନ ପରେ ଏହାକୁ ପ୍ରତ୍ୟାହାର କରିଥିବା କୁହାଯାଉଛି।

ଭାରତ ଓ ଆମେରିକା ପରେ ଅକ୍ଟୋବର ୯ରେ ପାକିସ୍ତାନ ମଧ୍ୟ ଚାଇନିଜ୍ ଆପ୍ ଟିକ୍‌ଟକ୍‌କୁ ନିଜ ଦେଶରେ ବ୍ୟାନ୍ କରିଥିଲା। ଟିକ୍‌ଟକ୍‌ ଦେଶର ଯୁବକ ଯୁବତୀମାନଙ୍କୁ ପଥଭ୍ରଷ୍ଟ ହେବା କରିବା ସହିତ ସଂସ୍କୃତିକୁ ନଷ୍ଟ କରୁଥିବା ପାକିସ୍ତାନ ଦର୍ଶାଇଥିଲା।

ଏଥିସହିତ ଏଥିରେ ଅଶ୍ଳୀଳ ବିଷୟ ପୋଷ୍ଟ କରାଯାଉଥିବା ଅଭିଯୋଗ କରି ପାକିସ୍ତାନ ଦୂରସଂଞ୍ଚାର କର୍ତ୍ତୃପକ୍ଷ ଏହି ଆପ୍‌କୁ ବ୍ୟାନ କରିବାକୁ ପଦକ୍ଷେପ ନେଇଥିଲେ। ତେବେ ମାତ୍ର ୧୦ ଦିନ ପରେ ବ୍ୟାନ୍‌ ହଟାଇବା ପଛରେ ଚୀନ୍‌ର ଚାପ ଥିବା କୁହାଯାଉଛି।

Comment