ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନର ପେଶଓ୍ୱାରରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ ହୋଇଛି। ପେଶଓ୍ୱାରର ଏକ ମଦରାସାରେ (ଧାର୍ମିକ ଶିକ୍ଷାନୁଷ୍ଠାନ) ରେ ଏହି ବୋମା ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦ ଜଣ ପିଲା ଗୁରୁତର ଆହତ ହୋଇଥିଲା ବେଳେ ୭୦ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।

ବିସ୍ଫୋରଣରେ ଆହତ ହୋଇଥିବା ଲୋକମାନଙ୍କୁ ସେଠାକାର ଏକ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏକ ବ୍ୟାଗରେ ବୋମା ରଖି ଆତଙ୍କବାଦୀ ଏହି ବିସ୍ଫୋରଣ କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହା ପୂର୍ବରୁ ଗତ ବୁଧବାର କରାଚିର ଗୁଲଶାନ-ଇ-ଇକବାଲ ଅଞ୍ଚଳର ଏକ କୋଠାରେ ବିସ୍ଫୋରଣ ହୋଇଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୧୫ ଜଣ ଆହତ ହୋଇଥିଲେ।

Comment