ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳିମାଡ଼। ବୁଧବାର ଓ୍ଵଜିରାବାଦଠାରେ ଏକ ରାଲି କରୁଥିବାବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଇମ୍ରାନଙ୍କ ସହ ଅନ୍ୟ ସାତ ଜଣ ଗୁଳିମାଡ଼ରେ ଆହତ ହୋଇଥିବାବେଳେ ଜଣେ ମୃତ୍ୟୁବରଣ କରିଛନ୍ତି। ଆହତଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛି। ଏହି ମାମଲାରେ ପୋଲିସ ଜଣେ ଦୁର୍ବୃତ୍ତକୁ ଗିରଫ କରିଛି। ଏହି ଗୁଳିକାଣ୍ଡରେ ଇମ୍ରାନଙ୍କ ଗୋଡ଼ରେ ଗୁଳି ବାଜିଥିଲା। ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଇମ୍ରାନ ଖାନ ସରକାରଙ୍କ ବିରୋଧରେ ନିଜର ଆଜାଦି ମାର୍ଚ୍ଚ ଜାରିରଖିଥିବା ସମୟରେ ଏହି ଘଟଣା ଘଟିଛି। ତାଙ୍କ ବ୍ୟତୀତ ପୂର୍ବତନ ରାଜ୍ୟପାଳ ଇମ୍ରାନ ଇସମାଇଲ ମଧ୍ୟ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ତାଙ୍କ ଦଳ ପାକିସ୍ତାନ-ତେହରିକ୍-ଏ-ଇନସାଫ୍‌ର ଅନ୍ୟ ନେତା ମଧ୍ୟ ଗୁଳିମାଡ଼ରେ ଆହତ ହୋଇଛନ୍ତି। ତାଙ୍କ ଦଳର ନେତା ଫଓ୍ଵାଦ ଚୌଧୁରୀଙ୍କ କହିବା ଅନୁସାରେ ଇମ୍ରାନଙ୍କ ଗାଡ଼ି ଉପରେ ଏକେ-୪୭ ଦ୍ଵାରା ଗୁଳିମାଡ଼ ହୋଇଥିଲା।  ଏହାପଛରେ ପାକିସ୍ତାନ ସେନାର ହାତ ଥିବା ମଧ୍ୟ ସେ କହିଛନ୍ତି।

Tags: #ImranKhan #Pakistan #PakistanFormerPrimeMinister #GunShot #Fire #Attack

Comment