ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ଼ ଝଟକା ଲାଗିଛି। ଶନିବାର ଦିନ ତୋଷାଖାନା ଭ୍ରଷ୍ଟାଚାର ମାମଲାରେ ଇମ୍ରାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ପାକିସ୍ତାନ କୋର୍ଟ। ଏହା ସହିତ ତାଙ୍କୁ ଏକ ଲକ୍ଷ ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ ମଧ୍ୟ କରାଯାଇଛି।

ଏହା ପୂର୍ବରୁ ଇମ୍ରାନ ଖାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବା ଆବେଦନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ। ପାକିସ୍ତାନ କୋର୍ଟଙ୍କ ଏହି ରାୟ ପରେ ସଙ୍କଟରେ ପଡ଼ିଯାଇଛି ଇମ୍ରାନଙ୍କ ରାଜନୈତିକ କ୍ୟାରିୟର। ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଇମ୍ରାନ ଖାନ ନିର୍ବାଚନ ଲଢ଼ି ପାରିବେ ନାହିଁ। ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ଓ୍ଵାରେଣ୍ଟ ଜାରି କରିଥିଲା ଇସ୍ଲାମବାଦ ପୋଲିସ।

Tags: #Politics #Pakistan #ImranKhan #PakistanCourt #ToshakhanaCase

Comment