ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ବେଆଇନ ବୋଲି ଦର୍ଶାଇବା ସହ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଗୁରୁବାର ଦିନ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ।

ଏହାର କିଛି ସମୟ ପୂର୍ବରୁ ଏକ ଘଣ୍ଟା ମଧ୍ୟରେ ଇମ୍ରାନ ଖାନଙ୍କୁ କୋର୍ଟରେ ହାଜର କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାର ଦିନ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟରେ ହାଜର କରିବାକୁ ନେଉଥିବାବେଳେ ପାକିସ୍ତାନୀ ସେନାର ରେଞ୍ଜର୍ସ ତାଙ୍କୁ ଗରିଫ କରିଥିଲା।

ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ଅଶାନ୍ତ ହୋଇପଡ଼ିଛି ପୂରା ପାକିସ୍ତାନ। ପାକିସ୍ତାନରେ ଭାଙ୍ଗାରୁଜା କରିବା ସହ ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ନିଜର ଅସନ୍ତୋଷ ଜାହିର କରିଥିଲେ ଇମ୍ରାନଙ୍କ ସମର୍ଥକ। ଯାହାକୁ ନେଇ ପାକିସ୍ତାନରେ ଗୃହଯୁଦ୍ଧ ଭଳି ପରିସ୍ଥିତି ଉପୁଜିଥିଲା। ଏହାରି ମଧ୍ୟରେ ଗୁରୁବାର ଦିନ ଏହି ମାମଲାରେ ହସ୍ତକ୍ଷେପ କରିଥିଲେ ସୁପ୍ରିମକୋର୍ଟ।

Tags: #Politics #PakistanPolitics #ImranKhan #FormerPMofPakistan #PakistanSupremeCourt

LEAVE A REPLY

Please enter your comment!
Please enter your name here