ଓଡ଼ିଶାଲାଇଭ୍ ବ୍ୟୁରୋ

ପାକସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଲା ଜାମିନ। ଗୁପ୍ତ ତଥ୍ୟ ଲିକ୍ କରିବା ମାମଲାରେ ଇମ୍ରାନଙ୍କୁ ଜାମିନ ଦେଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ। ଇମ୍ରାନଙ୍କ ସହଯୋଗୀ ଶାହ ମହମୁଦ କ୍ୟୁରେସିଙ୍କୁ ମଧ୍ୟ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ। ଜାମିନ ମିଳିଥିଲେ ସୁଦ୍ଧା ଜେଲରୁ ମୁକୁଳିବେ ନାହିଁ ଇମ୍ରାନ ଓ କ୍ୟୁରେସି।

ପାକିସ୍ତାନ ତହରିକ-ଏ-ଇନସାଫର ଏହି ଦୁଇ ନେତାଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପଇଠ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନ ଦୂତାବାସ ପକ୍ଷରୁ ପଠାଯାଇଥିବା ଗୁପ୍ତ ତଥ୍ୟକୁ ଲିକ୍‌ କରିବା ନେଇ ୨୦୨୨ ମାର୍ଚ୍ଚ ମାସରେ ଇମ୍ରାନ ଖାନଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।

ଇମ୍ରାନ ଖାନ ଏବଂ ତାଙ୍କ ସହଯୋଗୀ ମହମୁଦ କ୍ୟୁରେସି ଦୋଷୀ ସାବ୍ୟସ୍ତ ହେବା ପରେ ଉଭୟଙ୍କୁ ଜେଲ ହାଜତକୁ ପଠାଯାଇଥିଲା।

Tags: #Politics #Pakistan #ImranKhan #PakistanCourt #SupremeCourt #Bail

LEAVE A REPLY

Please enter your comment!
Please enter your name here