ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହୋଇଛନ୍ତି। ମଙ୍ଗଳବାର ଦିନ ତାଙ୍କୁ ଇସଲାମାବାଦ ହାଇକୋର୍ଟ ବାହାରୁ ଗିରଫ କରାଯାଇଛି। ପାକିସ୍ତାନୀ ରେଞ୍ଜର ବାହିନୀର ସୈନ୍ୟମାନେ ଇମ୍ରାନଙ୍କୁ ଗିରଫ କରି ହାଜତକୁ ନେଇଛି।

ମଙ୍ଗଳବାର ଦିନ ଇମ୍ରାନ ଖାନ ନିଜ ଉପରେ ଚାଲୁଥିବା ଦେଶଦ୍ରୋହ ମାମଲାର ଶୁଣାଣି ପାଇଁ ଇସଲାମାବାଦ ହାଇକୋର୍ଟ ଆସିଥିଲେ। ଇମ୍ରାନଙ୍କ ସହ ତାଙ୍କ ରାଜନୈତିକ ଦଳ ପାକିସ୍ତାନ ତେହରିକେ ଇନ୍ସାଫର ଅନେକ ସଦସ୍ୟ ମଧ୍ୟ କୋର୍ଟ ବାହାରେ ଥିଲେ। ସେ ହାଇକୋର୍ଟ ଭିତରକୁ ପଶିବା ପୂର୍ବରୁ ପାକିସ୍ତାନୀ ରେଞ୍ଜରମାନେ ତାଙ୍କୁ ଗିରଫ କରିଥିଲ।

ଏହି ଗିରଫଦରୀ ସମୟରେ ପାକିସ୍ତାନୀ ରେଞ୍ଜରମାନେ ଇମ୍ରାନଙ୍କ ସମର୍ଥକଙ୍କ ସହ ମାରପିଟ କରିଥିଲେ। ହାଇକୋର୍ଟ ପରିସରରେ ଉତ୍ତେଜନା ବଢ଼ୁଥିବାର ଦେଖି ରେଞ୍ଜରମାନେ ଇମ୍ରାନଙ୍କୁ ତୁରନ୍ତ ସେଠାରୁ ନେଇ ଚାଲିଯାଇଥିଲେ। ଏହାପରେ ଇସଲାମାବାଦ ସହରରେ ଧାରା ୧୪୪ ଲଗାଯାଇଛି।

ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଯିବା ପରଠାରୁ ତାଙ୍କ ଉପରେ ଏକାଧିକ ମାମଲା ରୁଜୁ ହୋଇଛି। ତାଙ୍କ ଉପରେ ଦେଶଦ୍ରୋହର ମାମଲା ମଧ୍ୟ ଚାଲୁଅଛି। ଏହାପୂର୍ବରୁ ଇମ୍ରାନଙ୍କୁ ଅନେକ ଥର ଗିରଫ କରିବାକୁ ଯାଇ ପାକିସ୍ତାନୀ ରେଞ୍ଜରମାନେ ଅନେକ ଥର ବିଫଳ ହୋଇଥିଲେ।

Tags: #ImranKhan #FormerPakistanPM #Arrest #IslamabadHighCourt #Pakistan

LEAVE A REPLY

Please enter your comment!
Please enter your name here