ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନ ବିରୋଧରେ ଭାରତର ଅପରେସନ୍ ସିନ୍ଦୂର ସଫଳ ହୋଇଛି। ଏହା ଉପରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ସେ ପାକିସ୍ତାନ ଉପରେ ବର୍ଷିବା ସହ ପାକିସ୍ତାନର ପରମାଣୁ ବ୍ଲାକମେଲକୁ ଭାରତ ଆଦୌ ସହ୍ୟ କରିବ ନାହିଁ ବୋଲି କଡ଼ା ଚେତାବନୀ ଦେଇଛନ୍ତି।

ଭାରତ-ପାକିସ୍ତାନ ମଧ୍ୟରେ ଆଲୋଚନା ହେଲେ କେବଳ ଆତଙ୍କବାଦ ଓ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ହିଁ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସେ ଆହୁରି କହିଛନ୍ତି ଟେରର ଓ ଟ୍ରେଡ ଏକା ସଙ୍ଗେ ହୋଇ ପାରିବନି। ସେହିପରି ପାଣି ଓ ରକ୍ତ ମଧ୍ୟ ଏକା ସଙ୍ଗରେ ବୋହି ପାରିବନି। ଭବିଷ୍ୟତରେ ଏପରି ଆତଙ୍କବାଦୀ ଆକ୍ରମଣ ହେଲେ ପାକିସ୍ତାନକୁ ଭାରତ ନିଜ ଭାଷାରେ ଜବାବ ଦେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

Tags: #PMNarendraModi #pahalgam #pakistan #Nuclearthreat #Indianarmy

Comment