ଓଡ଼ିଶାଲାଇଭ୍ ବ୍ୟୁରୋ
ଅପରେସନ ସିନ୍ଦୂର ଏବଂ ଏହା ପରର ସ୍ଥିତି ସମ୍ପର୍କରେ ଅବଗତ କରାଇବା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ କେନ୍ଦ୍ର ସରକାର। ଏହି ବୈଠକରେ ‘ଅପରେସନ ସିନ୍ଦୂର’ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।
ଏହି ଅବସରରେ ସେ କହିଥିଲେ, ‘ଅପରେସନ୍ ସିନ୍ଦୂର’ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, ଏହା ଜାରି ରହିଛି। ଯଦି ପାକିସ୍ତାନ ନ ଚେତେ, ତେବେ ଆହୁରି ବଡ଼ ପଦକ୍ଷେପ ନିଆଯିବ। ‘ଅପରେସନ୍ ସିନ୍ଦୂର’ରେ ପ୍ରାୟ ୧୦୦ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ସ୍ଥିତି ଗମ୍ଭୀର ଓ ସମ୍ବେଦନଶୀଳ ଥିବାରୁ ଏବେ ସମ୍ପୂର୍ଣ୍ଣ ତଥ୍ୟ ଦେଇ ହେବନି ବୋଲି କହିଥିଲେ ରାଜନାଥ।
ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ଦଳର ବରିଷ୍ଠ ନେତାମାନେ ସେନାବାହିନୀର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଆତଙ୍କବାଦ ବିରୋଧରେ ସରକାରଙ୍କ ଏପରି କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିବା ସହ, ସରକାରଙ୍କ ସହିତ ସେମାନେ ଅଛନ୍ତି ବୋଲି ମତ ଦେଇଥିଲେ।
Tags: #Pahalgam #OperationSindoor #RajnathSingh #AirStrike #India #Kasmir #JammuKashmir #Pakistan #WarAlert #IndiaStrikesBack