ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ବେଆଇନ ବୋଲି ଦର୍ଶାଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ। ଏକ ଘଣ୍ଟା ମଧ୍ୟରେ ଇମ୍ରାନଙ୍କୁ କୋର୍ଟରେ ହାଜର କରାଇବା ପାଇଁ ଗୁରୁବାର ଦିନ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ମଙ୍ଗଳବାର ଦିନ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟରେ ହାଜର କରିବାକୁ ନେଉଥିବାବେଳେ ପାକିସ୍ତାନୀ ସେନାର ରେଞ୍ଜର୍ସ ତାଙ୍କୁ ଗରିଫ କରିଥିଲା।

ଇମ୍ରାନ ଖାନଙ୍କୁ ଗିରଫ କରାଯିବା ପରେ ପାକିସ୍ତାନରେ ଭଙ୍ଗାରୁଜା କରିବା ସହ ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ନିଜର ଅସନ୍ତୋଷ ଜାହିର କରିଥିଲେ ଇମ୍ରାନଙ୍କ ସମର୍ଥକ। ଯାହାକୁ ନେଇ ପାକିସ୍ତାନରେ ଗୃହଯୁଦ୍ଧ ଭଳି ପରିସ୍ଥିତି ଉପୁଜିଥିଲା।

ଏହାରି ମଧ୍ୟରେ ଗୁରୁବାର ଦିନ ଏହି ମାମଲାରେ ହସ୍ତକ୍ଷେପ କରି ଏକ ଘଣ୍ଟା ମଧ୍ୟରେ ଇମ୍ରାନ ଖାନଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି ପାକିସ୍ତାନକୁ ବନ୍ଦୀଗୃହ ହେବାକୁ ଦିଆଯିବ ନାହିଁ। ତଦନ୍ତକାରୀ ସଂସ୍ଥା ଏନଏବି ଦେଶକୁ ବର୍ବାଦ କରିଦେଲାଣି।

Tags: #Politics #PakistanPolitics #ImranKhan #FormerPMofPakistan #PakistanSupremeCourt

LEAVE A REPLY

Please enter your comment!
Please enter your name here