ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହେବା ପରେ ଦେଶରେ ଗୃହଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି। ଇମ୍ରାନଙ୍କ ସମର୍ଥକମାନେ ଅସନ୍ତୋଷ ଜାହିର କରିଛନ୍ତି। ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ସହ ନିଆଁ ଲଗାଇ ବିରୋଧ ପ୍ରଦର୍ଶନ କରିଛନ୍ତି ଇମ୍ରାନଙ୍କ ସମର୍ଥକ।

ସେନା ଏବଂ ସରକାରଙ୍କୁ ଇମ୍ରାନଙ୍କ ସମର୍ଥକ ଘୋର ବିରୋଧ କରିବା ସହ ଗଭର୍ଣ୍ଣର ହାଉସ ଏବଂ ସେନା ମୁଖ୍ୟ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ସମଗ୍ର ଦେଶରେ ହିଂସାକାଣ୍ଡ ଜାରି ରହିଛି। ପାକିସ୍ତାନରେ ହିଂସାକାଣ୍ଡ ଯୋଗୁଁ ବୁଧବାର ଦିନ ଇସଲାମାବାଦ ପୋଲିସ ଇମ୍ରାନଙ୍କୁ କୋର୍ଟରେ ହାରଜର କରିନାହିଁ।

ତଦନ୍ତକାରୀ ସଂସ୍ଥା ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ (ଏନଏବି) ଇମ୍ରାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ନେବାକୁ ଆବେଦନ କରିଥିବାବେଳେ ତାଙ୍କ ୮ ଦିନିଆ ରିମାଣ୍ଡରେ ପଠାଯାଇଛି।

ବୁଧବାର ଦିନ ଇମ୍ରାନ ଖାନଙ୍କ ସରକାରରେ ବୈଦେଶୀକ ମନ୍ତ୍ରୀ ଥିବା ଶାହା ମହମୁଦ କ୍ୟୁରେସିଙ୍କୁ ଗିରଫ କରାଯାଇଛି। ଏପଟେ ପାକିସ୍ତାନରେ ବିରୋଧ ପ୍ରଦର୍ଶନ କରୁଥିବା ଇମ୍ରାନଙ୍କ ସମର୍ଥକଙ୍କୁ ଗୋଟିଏ ପରେ ଗୋଟିଏ ଗିରଫ କରୁଛି ପୋଲିସ।

ମଙ୍ଗଳବାର ଦିନ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟରେ ହାଜର କରିବାକୁ ନେଉଥିବାବେଳେ ପାକିସ୍ତାନୀ ସେନାର ରେଞ୍ଜର୍ସ ତାଙ୍କୁ ଗରିଫ କରିଥିଲା।

Tags: #Politics #PakistanPolitics #ImranKhan #FormerPMofPakistan #Protest #ImranKhanonRemand

Comment