ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ରେ ଯେତେବେଳେ ପାକିସ୍ତାନ ଭାରତୀୟ ବାୟୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ଗିରଫ କରିନେଇଥିଲା, ସେତେବେଳେ ପାକିସ୍ତାନରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ବୈଠକରେ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରୈଶି କହିଥିଲେ ଯେ ଯଦି ଅଭିନନ୍ଦନଙ୍କୁ ନଛଡ଼ା ଯାଏ ତେବେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବ। ଏହା ଶୁଣି ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କାମାର ଜାଭେଦ୍ ବାଜଓ୍ୱା ଥରି ଉଠିଥିଲେ। ଅଭିନନ୍ଦନଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏକଥା ପାକିସ୍ତାନ ସଂସଦରେ ଜଣେ ସାଂସଦ କହିଛନ୍ତି।

ପାକିସ୍ତାନ ମୁସଲିମ ଲିଗ ଏନ୍‌ ସାଂସଦ ଆୟାଜ ସାଦିକ ସଂସଦରେ ନିଜର ଅଭିଭାଷଣ ରଖିବା ବେଳେ ଏହି ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ଏବେ ଭାରତ, ପାକିସ୍ତାନ ସବୁଠି ଚର୍ଚ୍ଚା ଚାଲିଛି।

ପୁଲୱାମାରେ ସିଆରପିଏଫ୍‌ ଯବାନଙ୍କ ବସ୍‌ ଉପରେ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଜୟଶ-ଇ-ମହମ୍ମଦଙ୍କ ଆତଙ୍କବାଦୀ ବେସ୍‌କୁ ଧ୍ୱଂସ କରିବା ପାଇଁ ଭାରତ ଏୟାର ଷ୍ଟ୍ରାଇକ କରିଥିଲା। ଏହା ପରଦିନ ଭାରତ ସୀମାରେ ପାକିସ୍ତାନୀ ଯୁଦ୍ଧ ବିମାନ ଏଫ୍‌ ୧୬କୁ ଭାରତ ଆକ୍ରମଣ କରି ତଳେ ପାକଇଥିଲା। ସେ ସମୟରେ ଅନ୍ୟ ଏକ ଯୁଦ୍ଧ ବିମାନକୁ ସୀମାରୁ ହଟାଇବାକୁ ଯାଇ ପାକିସ୍ତାନରେ ସୀମାରେ ଅଟକି ଯାଇଥିଲେ ଅଭିନନ୍ଦନ। ମାର୍ଚ୍ଚ ୧ରେ ଅଭିନନ୍ଦନଙ୍କୁ ଫେରାଇଥିଲା ପାକିସ୍ତାନ।

Comment