ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅପରେସନ ବାଲାକୋଟକୁ ୨ ବର୍ଷ ପୂରା ହୋଇଛି। ୨୦୧୯ ଫେବ୍ରୁଆରି ୧୪ ପୁଲଓ୍ୱାମା ଆକ୍ରମଣର ପ୍ରତିଶୋଧ ଆଜିର ଦିନରେ ନେଇଥିଲା ଭାରତ। ପ୍ରତିଶୋଧ ନେବାକୁ ଯାଇ ପାକିସ୍ତାନ ଅଧିକୃତ କଶ୍ମୀରରେ ଫେବ୍ରୁଆରି ୨୬ରେ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେଇଥିଲା ଭାରତ। ବଳିମ୍ବିତ ରାତିରେ ଲାଇନ ଅଫ୍‌ କଣ୍ଟ୍ରୋଲ ପାର କରି ଭାରତୀୟ ବାୟୁସେନା ପ୍ରବେଶ କରିଥିଲେ। ଏହି ଏୟାରଷ୍ଟ୍ରାଇକରେ ୩୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିହତ କରିବା ସହିତ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା ବାୟୁସେନା।

ବାଲାକୋଟରେ ଥିଲା ଜୈଶ-ଇ-ମହମ୍ମଦର ସବୁଠାରୁ ବଡ଼ କ୍ୟାମ୍ପ

ବାଲାକୋଟରେ ଥିବା  ଜୈଶ-ଇ-ମହମ୍ମଦର କ୍ୟାମ୍ପଟି ସବୁଠାରୁ ବଡ଼ ପେଣ୍ଠ ସ୍ଥଳି ଥିଲା। ଏହି କ୍ୟାମ୍ପ୍‌ରେ ଏକାଥରକେ ୫୦୦ରୁ ୭୦୦ ଲୋକ ରହିବାର ବ୍ୟବସ୍ଥା ରହିଛି। ଏହି କ୍ୟାମ୍ପ୍‌ରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଚାଳନାର ସ୍ୱତନ୍ତ୍ର ତାଲିମ ଦିଆଯାଇଥାଏ।

ବିଶେଷ କରି ଏଠାରେ ଆତଙ୍କବାଦୀମାନଙ୍କୁ ଆତ୍ମଘାତୀ ଆକ୍ରମଣ ସହ ଆଇଇଡି ବିସ୍ଫୋରଣ ତାଲିମ୍‌ ଦିଆଯାଏ। ଏହି ଆତଙ୍କବାଦୀ ଆଡ୍ଡାକୁ ଏୟାରଷ୍ଟ୍ରାଇକ କରି ଉଡ଼ାଇଥିଲା ଭାରତ।

Comment