ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନ ମଞ୍ଚରେ କଂଗ୍ରେସ ନେତା ଶଶି ଥରୁର ଦେଇଥିବା ବିବାଦୀୟ ବୟାନକୁ ନେଇ ଖୁବ୍‌ ବର୍ଷିଛି ବିଜେପି। ପାକିସ୍ତାନରେ ଦେଶ ବିରୋଧୀ ବୟାନ ଦେଇ ଦେଶକୁ ଅପମାନିତ କରିବା ପଛରେ କ‘ଣ ମୂଳ ଉଦ୍ଦେଶ୍ୟ ବୋଲି ରବିବାର ଏକ ସାମ୍ବାଦିକ ସମ୍ମଳନୀ କରି ଥରୁରଙ୍କୁ ପଚାରିଛନ୍ତି ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନରେ କଂଗ୍ରେସ ଭାରତକୁ ବଦନାମ କରିଛି। ମୁସଲିମ୍‌ ସମ୍ପ୍ରଦାୟ କଥା ଉଠାଇ ଶଶି ଥରୁର ଭେଦଭାବ ସୃଷ୍ଟି କରିଛନ୍ତି ଏବଂ ପାକିସ୍ତାନରେ ରାହୁଲ ଗାନ୍ଧୀଙ୍କୁ ହିରୋ କରିବାକୁ ଚାହୁଁଛନ୍ତି। ଭାରତର ଜଣେ ସାଂସଦ ଏଭଳି ବୟାନ ଦେଇପାରନ୍ତି ତାହା ବିଶ୍ୱାସ କରିହେଉନି।

‘‘ସମଗ୍ର ବିଶ୍ୱ କୋଭିଡ ଉପରେ ନଜର ରଖିଛି, ପ୍ରଧାନମନ୍ତ୍ରୀ ମୋଦୀ କିପରି ଭାରତରେ କରୋନା ମୁକାବିଲା କରୁଛନ୍ତି ତାହା ସମସ୍ତେ ଜାଣିଛନ୍ତି’’, କହିଛନ୍ତି ସମ୍ବିତ ପାତ୍ର।

ନିକଟରେ ଲାହୋରରେ ଅନୁଷ୍ଠିତ ଏକ ‘ସାହିତ୍ୟ ସଭା’ରେ ଭର୍ଚୁଆଲି ଯୋଡ଼ି ହୋଇଥିଲେ ଶଶି ଥରୁର। ଏହି ଡିଜିଟାଲ ମଞ୍ଚରେ ସେ ସେ କରୋନା ମୁକାବିଲାରେ ଭାରତ ଫେଲ ମାରିଛି କହିବା ସହ କରୋନା ସଂକ୍ରମଣ ବ୍ୟାପକ କରିବାରେ ତବଲିଗ ଜମାତକୁ ଦାୟୀ କରାଯାଇ ଦେଶରେ ମୁସଲିମ୍ ସଂପ୍ରଦାୟ ଲୋକଙ୍କ ପ୍ରତି ଭେଦଭାବ କରଯାଉଛି ବୋଲି କହିଥିଲେ।

Comment