ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଲା ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ଭୋଟ ଗ୍ରହଣ। ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ। କାହା ସପକ୍ଷରେ ଆସିବ ଜନମତ, ତା’ ଉପରେ ରହିଛି ସମସ୍ତଙ୍କ ନଜର।

ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୫ଟା ସୁଦ୍ଧା ୭୫.୩୭ ପ୍ରତିଶତ ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ନୂଆପଡ଼ା ଆସନ ହାତେଇବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ମଧ୍ୟରେ ଟକ୍କର ହୋଇଛି। ବିଜେପି ପ୍ରାର୍ଥୀ ଦିବଙ୍ଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରୀଆ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ବିଜୟ ଆଶାରେ ରହିଛନ୍ତି।

ନଭେମ୍ବର ୧୪ରେ ଭୋଟ ଗଣତି ହୋଇ ସେହି ଦିନ ଫଳାଫଳ ପ୍ରକାଶ ପାଇବ। ତେବେ କିଏ ହେବେ ନୂଆପଡ଼ାର ନୂଆ ନେତା, ତାକୁ ହିଁ ଅପେକ୍ଷା।

Tags: #Nuapada #NuapadaByElection #Vote #Politics #BJP #BJD #Congress

Comment