ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଆମେରିକା ପରେ ପାକିସ୍ତାନ ମଧ୍ୟ ଚାଇନିଜ୍ ଆପ୍ ଟିକଟକକୁ ନିଜ ଦେଶରେ ବ୍ୟାନ୍ କରିଦେଇଛି। ଏହାଦ୍ୱାରା ଦେଶର ଯୁବକ ଯୁବତୀମାନେ ପଥଭ୍ରଷ୍ଟ ହେବା ସହିତ ଜାତୀୟ ସଂସ୍କୃତି ନଷ୍ଟ ହେଉଥିବାରୁ ପାକିସ୍ତାନ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ପାକିସ୍ତାନ ଟେଲିକମ୍ୟୁନିକେସନ ପ୍ରାଧିକରଣ (PTA)ର କହିବା ମୁତାବକ, ଏହି ଆପ୍ କାରଣରୁ ଦେଶର ବିଭିନ୍ନ ଅଞ୍ଚଳରେ ଅଶ୍ଲୀଳତା ଓ ଅନୈତିକ କାର୍ଯ୍ୟ ବୃଦ୍ଧି ପାଉଥିଲା। ଏନେଇ ଅନେକ ଅଭିଯୋଗ ମଧ୍ୟ ଆସିଥିଲା। ଏହାପରେ ପିଟିଏ ଏନେଇ କମ୍ପାନିକୁ ଅଭିଯୋଗ କରିବା ସହ ଏହାର ସମାଧାନ କରିବାକୁ କହିଥିଲା।ଟିକଟକ୍ କମ୍ପାନି କିନ୍ତୁ ଏଥିପ୍ରତି ଧ୍ୟାନ ଦେଇନଥିଲା। ଶେଷରେ ବାଧ୍ୟହୋଇ ପାକିସ୍ତାନ ଟେଲିକମ୍ୟୁନିକେସନ ପ୍ରାଧିକରଣ ନିଜ ଦେଶରେ ଟିକଟକ୍ ଆପକୁ ବ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛି।

ପାକିସ୍ତାନର ସୂଚନା ମନ୍ତ୍ରୀ ଶିବଲୀ ଫରାଜ କହିଛନ୍ତି ଯେ, ଏହି ଆପରୁ ଡାଟା ଚୋରି ହେବା ନେଇ ତାଙ୍କର କୌଣସି ଚିନ୍ତା ନାହିଁ। ହେଲେ ଏହାଦ୍ୱାରା ଦେଶର ସଂସ୍କୃତି ନଷ୍ଟ ହେଉଥିଲା। ଏଥିରେ ଅଶ୍ଳୀଳତା ଥିବା କାରଣରୁ ଦେଶର ଯୁବବର୍ଗ ପଥଭ୍ରଷ୍ଟ ହେଉଥିଲେ। ତେଣୁ ସରକାର ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପାକିସ୍ତାନ ପୂର୍ବରୁ ଭାରତ ଓ ଆମେରିକା ଜାତୀୟ ସୁରକ୍ଷାକୁ ଆଖି ଆଗରେ ରଖି ଟିକଟକ ଆପକୁ ନିଜ ନିଜ ଦେଶରେ ବ୍ୟାନ ଘୋଷଣା କରିସାରିଛନ୍ତି।

Comment