ଓଡ଼ିଶାଲାଇଭ୍ ବ୍ୟୁରୋ

ପହଲଗାମରେ ନିରୀହ ମହିଳାଙ୍କ ମଥାରୁ ଯେମିତି ସିନ୍ଦୂର ପୋଛି ଦେଇଥିଲେ ଆତଙ୍କୀ, ସେମିତି ଆତଙ୍କୀଙ୍କ ଆଡ୍ଡାକୁ ପୋଛି ଦେବା ପାଇଁ ବଡ଼ ଧରଣର ଆକ୍ରମଣ କରିଛି ଭାରତ। ‘ଅପରେସନ ସିନ୍ଦୂର’ ନାଁରେ ମାପିଚୁପି କେବଳ ଆତଙ୍କବାଦୀଙ୍କ ଗୁପ୍ତ ଠିକଣା ଉପରେ ମିଜାଇଲ୍ ମାଡ଼ କରିଛି ଭାରତୀୟ ସେନା।

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରତିଶୋଧ ନେବା ଆରମ୍ଭ କରିଛି ଭାରତ। ଅପରେସନ ସିନ୍ଦୂର ରାତି ଅଧରେ ଉଡ଼ାଇ ଦେଇଛି ପାକିସ୍ତାନୀଙ୍କର ନିଦ।

ସିନ୍ଦୂରର ପ୍ରତିଶୋଧ ନେଲା ‘ଅପରେସନ ସିନ୍ଦୂର’। ଅଧରାତିରେ ପାକିସ୍ତାନ ଏବଂ ପିଓକେରେ ହେଲା ଏୟାରଷ୍ଟ୍ରାଇକ୍। ପାକିସ୍ତାନର ୯ଟି ସ୍ଥାନରେ କରାଗଲା ମିଶାଇଲ ମାଡ଼। ଆଖି ପିଛୁଳାକେ ଛାରଖାର ହୋଇଗଲା ଆତଙ୍କବାଦୀଙ୍କ ଆଡ୍ଡା।

୧୯୭୧ ଯୁଦ୍ଧ ପରେ ପ୍ରଥମ ଥର ପାକିସ୍ତାନ ଭିତରେ ପଶି ଆକ୍ରମଣ କରିଛନ୍ତି ଭାରତୀୟ ସେନା। ଅପରେସନ ସିନ୍ଦୂରରେ ସାମିଲ ହୋଇଥିଲା ୮ଟି ସୁଖୋଇ, ୪ଟି ରାଫେଲ ଓ ବ୍ରହ୍ମୋସ ମିଶାଇଲ। କିଛି ମିନିଟ ଭିତରେ ଉଡ଼ି ଗଲା ଆତଙ୍କବାଦୀଙ୍କ ଆଡ୍ଡା। ଅପରେସନ ସିନ୍ଦୂର ସଫଳ ହୋଇଥିବା ଭାରତୀୟ ବାୟୁ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଯେଉଁ ସ୍ଥାନରୁ ଭାରତ ଉପରେ ଆକ୍ରମଣ ପାଇଁ ଆତଙ୍କବାଦୀମାନେ ଯୋଜାନା କରୁଥିଲେ, ସେ ସବୁ ସ୍ଥାନକୁ ଟାର୍ଗେଟ କରାଯାଇଛି। କିନ୍ତୁ ପାକିସ୍ତାନର କୌଣସି ସାମରିକ ବ୍ୟବସ୍ଥାକୁ ଟାର୍ଗେଟ କରାଯାଇ ନାହିଁ ବୋଲି ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଭାରତୀୟ ବୈଦେଶିକ ବିଭାଗର ସଚିବ ବିକ୍ରମ ମିଶ୍ରି, ଭାରତୀୟ ସେନାର କର୍ଣ୍ଣେଲ ସୋଫିଆ କୁରେଶୀ ଓ ବାୟୁସେନାର ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ମିଳିତ ପ୍ରେସ ମିଟ କରି ‘ଅପରେସନ ସିନ୍ଦୂର’ର ସଫଳତା ବଖାଣିଛନ୍ତି। କିପରି ଆକ୍ରମଣକୁ ସଫଳ କରାଯାଇଥିଲା, ତାହା ଦେଶବାସୀଙ୍କୁ ଜଣାଇଛନ୍ତି।

Tags: #PahalgamAttack #OperationSindoor #India #MissileAttack #Pakistan #TargetTerrorCamp

LEAVE A REPLY

Please enter your comment!
Please enter your name here