ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକପ୍ରିୟ ଭିଡିଓ ସେୟାରିଂ ଆପ୍ ଟିକ୍‌ଟକ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ପଦରୁ ଇସ୍ତଫା ଦେଲେ କେଭିନ ମେୟର। ଗତ ଜୁନ୍ ୧ ତାରିଖରେ ଟିକଟକର ସିଇଓ ଭାବେ ନିଯୁକ୍ତ ହୋଇଥିବା ମେୟର ତିନି ମାସ ନପୁରୂଣ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ତାଙ୍କ ସ୍ଥାନରେ କମ୍ପାନିର ଜେନେରାଲ ମ୍ୟାନେଜର ଭାନେସା ପାପସ୍‌ଙ୍କୁ ଟିକଟକର କାର୍ଯ୍ୟକାରୀ ସିଇଓ ଭାବେ ଦାୟିତ୍ଵ ଦିଆଯିବ ବୋଲି ସୂଚନା ମିଳିଛି।

“କିଛି ସପ୍ତାହ ହେବ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। କର୍ପୋରେଟ କ୍ଷେତ୍ରରେ କମ୍ପାନି ପାଇଁ ମୁଁ ମୋର ଆବଶ୍ୟକୀୟ ଦାୟିତ୍ଵ ମଧ୍ୟ କରିସାରିଛି। ତେଣୁ ମୁଁ ଏବେ ଇସ୍ତଫା ଦେଉଛି”, କହିଛନ୍ତି ଟିକ୍‌ଟକ୍ ବିଦାୟୀ‌ ସିଇଓ କେଭିନ ମେୟର।BGU

ଭାରତ-ଚୀନ୍ ମଧ୍ୟରେ ଲାଗିରହିଥିବା ସୀମା ବିବାଦ ପାଇଁ କିଛିଦିନ ପୂର୍ବେ ଭାରତରେ ଚାଇନିଜ୍ ଆପ୍ ଟିକ୍‌ଟକ୍ କୁ ବ୍ୟାନ୍ କରାଯାଇଥିଲା। ଭାରତରୁ ଟିକ୍‌ଟକ୍‌ ବ୍ୟାନ୍ ହେବାପରେ କମ୍ପାନିକୁ ଲକ୍ଷାଧିକ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା। ଏହାପରେ ଆମେରିକାରେ ମଧ୍ୟ ଟିକ୍‌ଟକ୍‌କୁ ବ୍ୟାନ୍ କରିବା ପ୍ରସଙ୍ଗ ଜୋର୍ ଧରିଥିଲା। ଏପରିକି ୯୦ ଦିନ ମଧ୍ୟରେ ଆମେରିକାରେ ଟିକ୍‌ଟକ୍‌କୁ ବ୍ୟାନ୍‌ କରିବା ନେଇ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ କହିଥିଲେ। ତେବେ ଆମେରିକାରେ ଟିକ୍‌ଟକ୍‌କୁ ବ୍ୟାନ୍ କରିବା ଦାବି ଜୋର୍‌ ଧରିବା କାରଣରୁ କେଭିନ ମେୟର ଇସ୍ତଫା ଦେଇଥିବା ନେଇ ଏବେ ଚର୍ଚ୍ଚା ହେଉଛି।

Comment