ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ‘ୟାସ୍‌’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ତେବେ ଆଜି ସକାଳ ସାଢ଼େ ୬ଟା ସୁଦ୍ଧା ଚାନ୍ଦବାଲି ଏବଂ ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ମିଳିଛି। ଚାନ୍ଦବାଲିରେ ୨୫୮ ମିଲିମିଟର ଏବଂ ପାରାଦୀପରେ ୧୯୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଏବେ ଚାନ୍ଦବାଲିରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହୁଛି। ଦିନ ୧୧ଟାରୁ ୧ଟା ଭିତରେ ଭଦ୍ରକର ବାସୁଦେବପୁର ଏବଂ ବାଲେଶ୍ୱରର ବାହାନାଗା ଭିତରେ ବାତ୍ୟାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହେବ। ଲ୍ୟାଣ୍ଡଫଲ୍‌ ବେଳେ ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଝଟକା ପବନର ବେଗ ୧୫୦ରୁ ୧୫୫ କିଲୋମିଟର ରହିବ।

ଏବେ ବାତ୍ୟା ୧୫ କିଲୋମିଟର ବେଗରେ ଆସୁଛି। ଧାମରାଠାରୁ ୪୦ କିଲୋମିଟର ଦୂରରେ ବାତ୍ୟା ରହିଛି। ବାଲେଶ୍ୱରଠାରୁ ୯୦ କିଲୋମିଟର ଦୂରରେ ରହିଛି। ବାତ୍ୟାର ପ୍ରଭାବ ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ଅଧିକ ଅନୁଭୂତ ହେବ।

LEAVE A REPLY

Please enter your comment!
Please enter your name here