ଓଡ଼ିଶାଲାଇଭ୍ ବ୍ୟୁରୋ

ଅସହ୍ୟ ଶୀତରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା। ଆଗକୁ ଘନ କୁହୁଡ଼ି ସହ ଶୀତ ଲହରୀ ଜାରି ରହିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁସାରେ ରାଜ୍ୟର ସବୁଠାରୁ ଶୀତୁଆ ଅଞ୍ଚଳ ପାଲଟିଛି ଜି.ଉଦୟଗିରି। ଏଠାରେ ତାପମାତ୍ରା ୩.୧ ଡିଗ୍ରୀ ରେକର୍ଡ କରାଯାଇଛି। ଜି.ଉଦୟଗିର ପଛରେ ରହିଛି ସେମିଳିଗୁଡ଼ା। ସେମିଳିଗୁଡ଼ାରେ ତାପମାତ୍ରା ୩.୬ ରେକର୍ଡ ହୋଇଛି।

ସେହିପରି ଫୁଲବାଣୀର ତାପମାତ୍ରା ୫.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗିବାଡ଼ିର ତାପମାତ୍ରା ରହିଛି ୬.୫ ଡିଗ୍ରୀ। ଚିପିଲିମାରେ ତାପମାତ୍ରା ୬.୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାର ତାପମାତ୍ରା ୭.୧ ଡିଗ୍ରୀ, ରାଉରକେଲାରେ ତାପମାତ୍ରା ୭.୬ ଡିଗ୍ରୀ, ଭବାନୀପାଟଣାରେ ୭.୫ର ଡିଗ୍ରୀ, କୋରାପୁଟରେ ୮.୧ ଡିଗ୍ରୀ, ଅନୁଗୁଳରେ ୮.୬ ଡିଗ୍ରୀ, ବଳାଙ୍ଗିର ଓ ଟିଟିଲାଗଡ଼ାରେ ୯ ଡିଗ୍ରୀ, ନବରଙ୍ଗପୁରରେ ୯.୨ ଡିଗ୍ରୀ ଓ ସୁନ୍ଦରଗଡ଼ରେ ତାପମାତ୍ରା ୯.୬ ଡିଗ୍ରୀ ରହିଛି।  ପୁରୀକୁ ଛାଡ଼ି ଅନ୍ୟ ସମସ୍ତ ଅଞ୍ଚଳରେ ତାପମାତ୍ରା ୧୪ ଡିଗ୍ରୀ ତଳେ ରେକର୍ଡ ହୋଇଛି।

ଡିସେମ୍ବର ୧୭ ତାରିଖ ଯାଏଁ ଶୀତ ଜାରି ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ଡିସେମ୍ବର ୧୪ ତାରିଖ ଯାଏଁ କେତେକ ଜିଲ୍ଲାକୁ ଶୀତ ଲହରୀ ପାଇଁ ୟେଲୋ ଓ୍ଵାର୍ଣ୍ଣିହଜାରି କରାଯାଇଛି।

ଡିସେମ୍ବର ୧୨ରୁ ୧୪ ତାରିଖ ଯାଏଁ ଶୀତ ଲହରୀ ପାଇଁ ଝାରସୁଗୁଡ଼ା, ଅନୁଗୁଳ ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

Tags: #Weather #WeatherUpdate #Winter #ColdWave #MCBBSR #IMD #Odisha

Comment