ଓଡ଼ିଶାଲାଇଭ୍ ବ୍ୟୁରୋ

ସାଲେପୁର ମାହାଙ୍ଗାସ୍ଥିତ ଲଳିତଗିରି ଗାଁରେ ଅଭାବନୀୟ ଘଟଣା। ଗ୍ୟାସ୍ ଟାଙ୍କି ଫାଟି ଜଳିଗଲା ଅଙ୍ଗନବାଡ଼ି କେନ୍ଦ୍ର। ପାଚିକା ରୋଷେଇ କରୁଥିବା ବେଳେ ହଠାତ୍ ନିଆଁ ଜଳି ଉଠିଥିଲା। ନିଆଁ ଜଳିବା ଦେଖି ପିଲାଙ୍କୁ ବାହାରକୁ ନେଇଆସିଥିଲେ ସହାୟିକା।

ଅଳ୍ପ କିଛି ସମୟ ପରେ ହୁତୁହୁତୁ ନିଆଁ ଲାଗି ସଂପୂର୍ଣ୍ଣ ଅଙ୍ଗନବାଡ଼ି ଜଳିଯାଇଥିବା ସୂଚନା ରହିଛି। ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତର ହୋଇନଥିବା  ଜଣାପଡ଼ିଛି।

Comment