ଓଡ଼ିଶାଲାଇଭ୍ ବ୍ୟୁରୋ

ମାହାଙ୍ଗା ଡବଲ ମର୍ଡର ଘଟଣା କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଯାଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏବେ ପୁଣିଥରେ ତାଙ୍କୁ ଏହି ପ୍ରସଙ୍ଗ ବିଷୟରେ କୁହାଯିବ। ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ମୋଦୀଙ୍କୁ ଭେଟି ଏବାବଦରେ ଜଣାଇବେ। ମଙ୍ଗଳବାର ମାହାଙ୍ଗାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର କହିଛନ୍ତି ଯେ, ରାଜନୀତିକ ଆକ୍ରୋଶରୁ ଏହି ହତ୍ୟାକାଣ୍ତ ହୋଇଛି। ସ୍ଥାନୀୟ ବିଧାୟକଙ୍କ ଏହି ଘଟଣା ପଛରେ ହାତ ରହିଛି। ମାହାଙ୍ଗାକୁ ଏବେ ଦୁର୍ନୀତିର ପ୍ରୟୋଗଶାଳା କରିବାକୁ ଉଦ୍ୟମ କରାଯାଉଛି।

ଏହି ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ଯେ, ବିକାଶ ଜେନାଙ୍କୁ  କିଏ ହତ୍ୟା କରିଥିଲା। ୨୦୧୪ରେ କଲେଜ ଛାତ୍ର ଦିପ୍ତିକାନ୍ତ ସାହୁର ହତ୍ୟା ହେଲା, କିନ୍ତୁ ପରିବାର ଲୋକ ଯାହାଙ୍କ ବିରୋଧରେ ଅଭିଯୋଗ ଆଣିଲେ ସିଏ ଖଲାସ୍ ହୋଇଗଲା। ତେଣୁ ମାହାଙ୍ଗାରେ ରାଜନୀତିକ ହତ୍ୟାର ପୂର୍ବ ଇତିହାସ ରହିଛି।

Comment