ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ‘ୟାସ୍‌’ର ପ୍ରଭାବରେ ଓଡ଼ିଶାର ୪ଟି ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହେବାକୁ ଯାଉଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ଏହାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ବର୍ତ୍ତମାନ ଏହିସବୁ ଜିଲ୍ଲାରେ ଗତକାଲିଠୁ ବର୍ଷା, ପବନ ଲାଗି ରହିଛି। ତେବେ ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ଏହି ୪ ଜିଲ୍ଲାରେ ଅଧିକ ପ୍ରଭାବ ରହିବ। ଘଣ୍ଟା ପ୍ରତି ପବନର ବେଗ ୧୩୦ରୁ ୧୪୦ କିଲୋମିଟର ରହିବ। ଲ୍ୟାଣ୍ଡଫଲର ୩ରୁ ୪ ଘଣ୍ଟା ପରେ ଏହି ଜିଲ୍ଲାମାନଙ୍କରେ ବର୍ଷା, ପବନ ଲାଗି ରହିବ

ସେହିପରି ବାତ୍ୟା ଉତ୍ତର ପଶ୍ଚିମ ଦିଗରେ କତି କରୁଥିବାରୁ ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହୁଛି। ଏହି ଜିଲ୍ଲାମାନଙ୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି।

ବିଶେଷ ଭାବେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ୫୨ଟି ଏନଡିଆରଏଫ ଟିମ୍‌, ୬୦ରୁ ଅଧିକ ଓଡ୍ରାଫ୍‌ ଟିମ୍‌ ଏବଂ ୨୦୦ରୁ ଅଧିକ ଅଗ୍ନିଶମ ବାହିନୀ ଟିମ୍‌ ମୁତୟନ ଅଛନ୍ତି। ବାତ୍ୟା ପରେ ଉଦ୍ଧାର କାର୍ଯ୍ୟରେ ଏମାନେ ନିୟୋଜିତ ହେବେ। ବନ କର୍ମଚାରୀମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here