ଓଡ଼ିଶାଲାଇଭ୍ ବ୍ୟୁରୋ

ଆମ ସମାଜରେ କିନ୍ନରମାନଙ୍କୁ ନେଇ ଏବେ ବି ଲୋକଙ୍କ ଏକ ଭିନ୍ନ ଦୃଷ୍ଟି ରହିଛି। ସେମାନଙ୍କୁ ସମାଜରେ ବିଭିନ୍ନ ପ୍ରକାର ଟାହି ଟାପରା ଶୁଣିବାକୁ ମିଳେ। କିନ୍ତୁ ଜୀବନର ଏମିତି ପରିସ୍ଥିତିକୁ ଯିଏ ଅତିକ୍ରମ କରି ଆଜି ସମାଜରେ ଏକ ପରିଚୟ ସୃଷ୍ଟି କରିଛନ୍ତି, ସେ ହେଲେ ଆଇଶା ପଣ୍ଡା।

ଆଇଶାଙ୍କ ନାଁ ପ୍ରଥମରୁ ଅଶୋକ ପଣ୍ଡା ଥିଲା। ପରିବାର ଲୋକ ତାଙ୍କୁ ଘରର ସାନ ପୁଅ ଭାବେ ସ୍ନେହ ଶ୍ରଦ୍ଧା କରୁଥିଲେ। କିନ୍ତୁ ଯେତେବେଳେ ସେମାନେ ଜାଣିଲେ ଆଇଶା ପୁଅ ନୁହଁ, ଜଣେ କିନ୍ନର ସେତେବେଳେ ଆଇଶାଙ୍କ ପ୍ରତି ତାଙ୍କ ବ୍ୟବହାର ବଦଳିଯାଇଥିଲା। ଗାଁରେ ଲୋକେ ଆଇଶାଙ୍କୁ ଟାହି ଟାପରା କରୁଥିଲେ।

ତେବେ ଅଶୋକରୁ ଆଇଶା ପଣ୍ଡା ହେବାର ଯାତ୍ରା ତାଙ୍କ ପାଇଁ ସହଜ ନଥିଲା। ନିଜର ପରିଚୟ ପାଇଁ ତାଙ୍କୁ ସମାଜ ଓ ପରିବାର ସହ ଲଢ଼ିବାକୁ ପଢ଼ିଥିଲା। କିନ୍ନର ବୋଲି ସେ ଯେଉଁ ଟାହି ଟାପରା ଶୁଣୁଥିଲେ, ସେଥିରେ ସେ ହାର ମାନି ନଥିଲେ ବରଂ ଲଢ଼ିଥିଲେ। ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାରରେ ଦେଖନ୍ତୁ କିନ୍ନର ଆଇଶା ପଣ୍ଡାଙ୍କ ସଂଘର୍ଷର କାହାଣୀ।

Tags: #AyeshaPanda #KinnerLife #Transgender #OdishaNews #OdishaLive

LEAVE A REPLY

Please enter your comment!
Please enter your name here