ଓଡ଼ିଶାଲାଇଭ୍ ବ୍ୟୁରୋ

କିନ୍ନର ସମାଜର ଜଣେ ପରିଚିତ ନାଁ ମୀରା ପରିଡ଼ା। ଦିନେ ସେ ଥିଲେ ମାୟାଧର ପରିଡ଼ା, ଘରର ବଡ଼ ପୁଅ। ନିଜର ପରିଚୟ ଏବଂ ଅସ୍ତିତ୍ଵ ପାଇଁ ତାଙ୍କୁ କରିବାକୁ ପଡ଼ିଥିଲା ଅନେକ ସଂଘର୍ଷ। ଏବେ କିନ୍ନରଙ୍କ ଅଧିକାର ପାଇଁ ତାଙ୍କର ଲଢ଼େଇ ଜାରି ରହିଛି।

‘‘ଯେଉଁଠି ମନରୁ କେହି ଭଲ ପାଆନ୍ତିନି, ସେଠି ଯେତେ ଲଢ଼ିଲେ ବି ଭଲ ପାଇବା ମିଳିବନି। ତେଣୁ ଆଜି ମୁଁ ଯେତେ ସଫଳ ହେଲେ ବି ମତେ ଯଦି ପରିବାରରେ କେହି ଆପଣେଇବାକୁ ଚାହୁଁନାହାନ୍ତି, ତା’ ହେଲେ ମୋର ଦୁଃଖ ନାହିଁ‘‘, କହିଛନ୍ତି ମୀରା ପରିଡ଼ା।

ଯଦି କିନ୍ନର ଭାବେ ଜନ୍ମ ନେଇଥିବା ସନ୍ତାନକୁ ସେମାନଙ୍କ ପରିବାର ଲୋକେ ବୁଝନ୍ତେ ଏବଂ ଆପଣେଇ ନିଅନ୍ତେ, ତେବେ ନିଜ ପରିଚୟ ପାଇଁ ସେମାନଙ୍କୁ ଏତେ ସଂଘର୍ଷ କରିବାକୁ ପଡ଼ନ୍ତା ନାହିଁ ବୋଲି ମୀରା କୁହନ୍ତି।

କିନ୍ନରମାନଙ୍କ ଜୀବନ ସଂଘର୍ଷ ବିଷୟରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #MeeraParida #TransGender #Kinnar #LiveStory

Comment