“ମାଇଚିଆ, ଛକା – ସାନବେଳୁ ଏମିତି ଟାହିଟାପରା ମୁଁ ଶୁଣି ଆସୁଛି। ତେଣୁ ଏବେ ଆଉ କଷ୍ଟ ଲାଗୁନି ବରଂ ଦେହସୁହା ହୋଇଗଲାଣି। ଏବେ ମୁଁ ମୋ ସମାଜ ପାଇଁ କାମ କରୁଛି। ନିଜର ପରିଚୟକୁ ନେଇ ମୋର କୌଣସି ସଙ୍କୋଚ ନାହିଁ’’, କହିଛନ୍ତି ଆଇଶା ପଣ୍ଡା।

ପିଲାବେଳୁ ଝିଅଙ୍କ ସହ ସାଙ୍ଗ ହେବାକୁ ତାଙ୍କୁ ଭଲ ଲାଗୁଥିଲା। କେବଳ ସେତିକି ନୁହେଁ ଝିଅଙ୍କ ଭଳି ସଜ୍ଜ ହେବାକୁ ମଧ୍ୟ ତାଙ୍କୁ ଭଲ ଲାଗୁଥିଲା। ସେତେବେଳେ କିନ୍ତୁ ସେ ଜାଣି ନଥିଲେ ଟ୍ରାନ୍ସଜେଣ୍ଡର କ’ଣ। ବୟସ ବଢ଼ିବା ପରେ ସେ ଜଣେ କିନ୍ନର ବୋଲି ବୁଝିପାରିଥିଲେ ଆଇଶା।

ଆଇଶାଙ୍କ ନାଁ ପ୍ରଥମରୁ ଅଶୋକ ପଣ୍ଡା ଥିଲା। ପରିବାର ଲୋକେ ତାଙ୍କୁ ଘରର ସାନ ପୁଅ ଭାବେ ସ୍ନେହ ଶ୍ରଦ୍ଧା କରୁଥିଲେ। କିନ୍ତୁ ଯେତେବେଳେ ସେମାନେ ଜାଣିଲେ ଆଇଶା ପୁଅ ନୁହଁନ୍ତି ଜଣେ କିନ୍ନର, ସେତେବେଳେ ଆଇଶାଙ୍କ ପ୍ରତି ତାଙ୍କ ବ୍ୟବହାର ବଦଳିଯାଇଥିଲା। 

ଗାଁରେ ଲୋକେ ତାଙ୍କୁ ଟାହି ଟାପରା କରୁଥିଲେ। ସ୍କୁଲ, କଲେଜରେ ବି ତାଙ୍କୁ ମାଇଚିଆ ବୋଲି ସହପାଠୀମାନେ ଡାକୁଥିଲେ। କିନ୍ତୁ ଆଇଶା ସେଥିରେ ହାର ନମାନି ଲଢ଼ିଥିଲେ। ଆଜି ସେ ନିଜର ଏକ ପରିଚୟ ତିଆରି କରିଛନ୍ତି। କିନ୍ନର ଆଇଶା ପଣ୍ଡାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #Kinnar #AishaPanda #Transgender #କିନ୍ନର #ଆଇଶାପଣ୍ଡା

Comment