ଓଡ଼ିଶାଲାଇଭ୍ ବ୍ୟୁରୋ

ମାୟାଧର ପରିଡ଼ାରୁ ମୀରା ପରିଡ଼ା। ଏବେ ସମସ୍ତଙ୍କର ମୀରା ମା’। ଏ ପରିଚୟ ପାଇଁ ତାଙ୍କୁ କରିବାକୁ ପଡ଼ିଥିଲା ଅନେକ ସଂଘର୍ଷ। ସହିବାକୁ ପଡ଼ିଥିଲା କେତେ ନିନ୍ଦା, ଅପବଦ।

ଦିନେ ପରିଚୟ ପାଇଁ ସଂଘର୍ଷ କରୁଥିବା ମୀରା ପରିଡ଼ା ଏବେ ସମାଜରେ ଜଣେ ପ୍ରତିଷ୍ଠିତ ଚେହେରା ପାଲଟିଛନ୍ତି। କିନ୍ନର ସମାଜର ପରିଚିତ ଚେହେରା ମୀରା ପରିଡ଼ା। କେବଳ ନିଜ ପାଇଁ ନୁହେଁ ଅନେକ କିନ୍ନରଙ୍କ ପାଇଁ ତାଙ୍କର ଲଢ଼େଇ। ସେମାନଙ୍କ ପରିଚୟ ଏବଂ ଅଧିକାର ପାଇଁ ମୀରାଙ୍କ ସଂଘର୍ଷ ଏବେ ବି ଜାରି ରହିଛି।

ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଗଡ଼ତାରା ଗାଁରେ ମୀରାଙ୍କ ଜନ୍ମ। ମାୟାଧର ପରିଡ଼ା ଭାବେ ଜନ୍ମ ହୋଇଥିବା ମୀରା ସ୍କୁଲ ପାଠପଢ଼ା ବେଳେ ମାଇଚିଆ ଶବ୍ଦ ଶୁଣି ବିଚଳିତ ହୋଇପଡ଼ିଥିଲେ। ପୁରୁଷ ଶରୀରରେ ନାରୀର ହୃଦୟ ନେଇ ଜନ୍ମ ହୋଇଥିବା କଥା ସେ କିଶୋର ଅବସ୍ଥାରେ ଅନୁଭବ କରିପାରିଥିଲେ। ନିଜ ପରିଚୟ ଜଣେଇବାକୁ ସାହସ ଜୁଟୁନଥିଲା ମନରେ।

ଅନେକ ସଂଘର୍ଷ ପରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏବେ ତାଙ୍କୁ ଲୋକ ମୀରା ମା’ ବୋଲି କହୁଛନ୍ତି। ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାରରେ ଦେଖନ୍ତୁ କିନ୍ନର ମୀରା ପରିଡ଼ାଙ୍କ ସ୍ୱପ୍ନ ଓ ସଂଘର୍ଷର କାହାଣୀ।

Tags: #MeeraParida #InterviewOfMeeraParida #Kinner #TG #LGBTQIA #Transgender #LifeStory

Comment