ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜୁ ପଟ୍ଟନାୟକଙ୍କ ଦୁଃସାହସିକ ଜୀବନ କାହାଣୀକୁ ନେଇ ରଚିତ ପୁସ୍ତକ ‘ଦ ଟଲ୍ ମ୍ୟାନ୍‌’ର ଓଡ଼ିଆ ଅନୁବାଦ ଉନ୍ମୋଚିତ ହୋଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ। ପୁସ୍ତକଟିର ଓଡ଼ିଆ ସଂସ୍କରଣର ନାମ ରହିଛି ‘ଉତ୍ତୁଙ୍ଗ ପୁରୁଷ’।

‘ଦ ଟଲ୍ ମ୍ୟାନ୍‌’ର ଓଡ଼ିଆ ଅନୁବାଦକୁ ‘ପେନ୍ ଇନ୍ ବୁକ୍ସ’ ପ୍ରକାଶନ ସଂସ୍ଥା ପକ୍ଷରୁ ପ୍ରକାଶିତ କରାଯାଇଛି। ପୁସ୍ତକକୁ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ। ଏହି ପୁସ୍ତକ ମାଧ୍ୟମରେ ଯୁବ ପିଢ଼ି ବିଜୁବାବୁଙ୍କ ପ୍ରେରଣାଦାୟୀ ଜୀବନଶୈଳୀ ଓ ସାହସିକ ପଦକ୍ଷେପ ବାବଦରେ ଅଧିକ ଜାଣିବେ ବୋଲି ସେ କହିଥିଲେ।

୨୦୧୮ ମସିହାରେ ‘ଦ ଟଲ୍ ମ୍ୟାନ୍‌’ ପୁସ୍ତକ ଇଂରାଜୀ ଭାଷାରେ ପ୍ରକାଶ ପାଇଥିଲା। ସୁନ୍ଦର ଗଣେଶନ ଏହାର ରଚନା କରିଥିଲେ। ବିଶିଷ୍ଟ ଲେଖକ ସଂଗ୍ରାମ ମହାପାତ୍ର ଉକ୍ତ ପୁସ୍ତକଟିକୁ ଓଡ଼ିଆରେ ଅନୁବାଦ କରିଛନ୍ତି। ଏବେ ପେନ୍ ଇନ୍ ବୁକ୍ସ ପକ୍ଷରୁ ଓଡ଼ିଆ ଅନୁବାଦ ସହ ମୂଳ ଇଂରାଜୀ ପୁସ୍ତକର ଦ୍ୱିତୀୟ ସଂସ୍କରଣ ପ୍ରକାଶ ପାଇଛି।

ନବୀନ ନିବାସରେ ଏହି ପୁସ୍ତକର ଉନ୍ମୋଚନ ଅବସରରେ ଅନୁବାଦକ ସଂଗ୍ରାମ ମହାପାତ୍ର ଏବଂ ପେନ୍ ଇନ୍ ବୁକ୍ସର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ଯୋଗ ଦେଇଥିଲେ।

Tags: #TheTallMan #BijuPatnaik #OdiaTranslation #CMNaveenPatnaik #PeninBooks #Odisha

LEAVE A REPLY

Please enter your comment!
Please enter your name here