ଡକ୍ଟର ଗୌରହରି ଦାସ – ଏକାଧାରରେ ଜଣେ ଗାଳ୍ପିକ, ଔପନ୍ୟାସିକ, ସ୍ତମ୍ଭକାର, ଅନୁବାଦକ ଓ ନାଟ୍ୟକାର। ସଂପ୍ରତି ସେ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ‘କଥା’ର ସମ୍ପାଦନା କରୁଛନ୍ତି। ‘ସମ୍ବାଦ’ ଖବରକାଗଜରେ ପ୍ରକାଶ ପାଉଥିବା ‘ଜୀବନର ଜଳଛବି’ ତାଙ୍କର ଏକ ଲୋକପ୍ରିୟ ସ୍ତମ୍ଭ। କେତେବେଳେ ସେ ବାପା ମା’ଙ୍କ ମାନସିକ ପାଇଁ ମଠରେ ‘ବାବାଜୀ’ ହୋଇଛନ୍ତି ତ ଆଉ କେତେବେଳେ ଦିନରେ କାମ କରି ସାନ୍ଧ୍ୟ କଲେଜରେ ପାଠ ପଢ଼ିଛନ୍ତି। ଅଭାବ ଭିତରେ ବଡ଼ ହେବାର ସ୍ୱପ୍ନ ଦେଖିଥିବା ଗୌରହରି ଦାସ ଆଜି ପାଲଟିଯାଇଛନ୍ତି ଓଡ଼ିଆ ସାହିତ୍ୟ ଓ ସାମ୍ବାଦିକତା ଜଗତର ଅତି ପରିଚିତ ନାଁ। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ‘ଲେଖକଙ୍କ ସହିତ’ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ନିଜ ଜୀବନର ସଂଘର୍ଷ କାହାଣୀକୁ ଏଭଳି ବଖାଣିଛନ୍ତି। ଦେଖନ୍ତୁ ଭିଡିଓ…

Comment