ଓଡ଼ିଶାଲାଇଭ୍ ବ୍ୟୁରୋ

ଝିଅ ହୋଇ ଜନ୍ମ ହୋଇଥିଲେ, ହେଲେ ଆଜି ତାଙ୍କର ପରିଚୟ ଜଣେ ପୁରୁଷର। ସେ ହେଉଛନ୍ତି ଟ୍ରାନ୍ସମ୍ୟାନ ସୁମନ ମହାକୁଡ଼। ଏହି ପରିଚୟ ପାଇଁ ସୁମନଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି। ତଥାପି ସେ ହାରି ନଯାଇ ନିଜ ପାଇଁ ନିଜ ପରିଚୟ ଖୋଜିବାରେ ସଫଳ ହୋଇଛନ୍ତି।

ଟ୍ରାନ୍ସମ୍ୟାନ ସୁମନ ମହାକୁଡ଼ ଝିଅ ହୋଇ ଜନ୍ମ ହୋଇଥିଲେ, ଏବେ ସେ ଜଣେ ପୁରୁଷର ପରିଚୟ ନେଇ ବଞ୍ଚୁଛନ୍ତି। ନିଜର ପରିଚୟ ପାଇଁ ସୁମନଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି।

ସୁମନଙ୍କର ଏହି ଟ୍ରାନ୍ସଫର୍ମେସନ ପାଇଁ ତାଙ୍କୁ ସମାଜରୁ ଅନେକ ଲାଞ୍ଛନା ଶୁଣିବାକୁ ମିଳିଛି। ସୁମନଙ୍କର ଏଭଳି ପରିସ୍ଥିତିରେ ନିଜ ପରିବାର ଲୋକ ମଧ୍ୟ ତାଙ୍କ ହାତ ଛାଡ଼ି ଦେଇଥିଲେ। ତଥାପି ସେ ହାର ମାନି ନଥିଲେ। ନିଜେ ନିଜ ପରିଚୟ ପାଇଁ ଲଢ଼ି ଥିଲେ। ସୁମନ ଆଜି ଝିଅରୁ ପୁଅ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଓଡ଼ିଶାଲାଇଭ୍ ସହ ସାକ୍ଷାତକାର ବେଳେ ଟ୍ରାନ୍ସମ୍ୟାନ ଜୀବନର ସଂଘର୍ଷ ବିଷୟରେ କହିଛନ୍ତି ସୁମନ। ଦେଖନ୍ତୁ ଭିଡିଓ।

Tags: #SumanMahakud #LifeStory #Transman #TransmansStruggle

Comment