ଓଡ଼ିଶାଲାଇଭ୍ ବ୍ୟୁରୋ

ନିଜ ବାନ୍ଧବୀଙ୍କୁ ଏତେ ଭଲପାଉଥିଲେ ଯେ, ତାଙ୍କୁ ବିବାହ କରିବା ପାଇଁ ନିଜର ଲିଙ୍ଗ ପରିବର୍ତ୍ତନ କରିଦେଲେ। ହେଲେ ବାନ୍ଧବୀ ଜଣକ ବିବାହ ପାଇଁ ମନା କରିଦେବାରୁ ତାଙ୍କୁ ଜୀଅନ୍ତା ପୋଡ଼ି ମାରିଦେଲେ ସମଲିଙ୍ଗୀ ପ୍ରେମିକ। ଏଭଳି ନାରକୀୟ କାଣ୍ଡ ଘଟିଛି କର୍ଣ୍ଣାଟକରେ। ମୃତକ ହେଉଛନ୍ତି ଆର. ନନ୍ଦୀନି ଓ ଅଭିଯୁକ୍ତ ହେଉଛନ୍ତି ଭେତ୍ରିମରନ।

ଆର.ନନ୍ଦିନୀ ଏକ ଘରୋଇ କମ୍ପାନିରେ ଇଂଜିନିୟର ଭାବେ କାମ କରୁଥିଲେ। ଅଭିଯୁକ୍ତ ଭେତ୍ରିମରନ ହେଉଛନ୍ତି ନନ୍ଦିନୀଙ୍କର ପିଲାବେଳର ସାଙ୍ଗ। ଭେତ୍ରିମରନ ଝିଅ ଭାବେ ଜନ୍ମ ହୋଇଥିଲେ। ତାଙ୍କ ନାଁ ଥିଲା ପଣ୍ଡି ମୁରୁଗେଶ୍ଵରୀ। ଉଭୟ ନନ୍ଦିନୀ ଏବଂ ମୁରୁଗେଶ୍ଵରୀ ଏକାଠୀ ବାଳିବା ବିଦ୍ୟାଳୟରେ ପାଠପଢ଼ୁ ଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିବା ପରେ ଆର. ନନ୍ଦିନୀଙ୍କୁ ବିବାହ କରିବାକୁ ଚାହିଁଥିଲେ ମୁରୁଗେଶ୍ଵରୀ। ଏଥିପାଇଁ ସେ ନିଜ ଲିଙ୍ଗ ପରିବର୍ତ୍ତନ କରିଦେଇଥିଲେ।

ପରେ ବିବାହ କରିବାକୁ ମୁରୁଗେଶ୍ଵରୀ ନନ୍ଦିନୀଙ୍କୁ କହିଥିଲେ। କିନ୍ତୁ ବିବାହ ପାଇଁ ସଫା ସଫା ମନା କରିଦେଇଥିଲେ ନନ୍ଦିନୀ। ଶନିବାର ଦିନ ନନ୍ଦିନୀଙ୍କର ଜନ୍ମଦିନ ଥିଲା। ନନ୍ଦିନୀଙ୍କୁ ଜନ୍ମଦିନରେ ସରପ୍ରାଇଜ ଦେବା ଲାଗି ଏକ ନିଛାଟିଆ ସ୍ଥାନକୁ ଡାକିଥିଲେ ଭେତ୍ରିମରନ। ନନ୍ଦିନୀ ସେଠାରେ ପହଞ୍ଚିବା ପରେ ତାଙ୍କ ହାତଗୋଡ଼ ବାନ୍ଧି ନିର୍ଯାତନା ଦେବା ସହ ନନ୍ଦିନୀଙ୍କ ଦେହରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ ଅଭିଯୁକ୍ତ ଭେତ୍ରିମରନ। ପରେ ନନ୍ଦିନୀଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ଏହି ଘଟଣା ଜଣାପଡ଼ିବା ପରେ ପୋଲିସ ଅଭିଯୁକ୍ତ ଭେତ୍ରିମରନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

Tags:  #Karnatak #Crime #Transman #Murder #PoliceInvestigation

LEAVE A REPLY

Please enter your comment!
Please enter your name here