ଆଇଶାଙ୍କ ନାଁ ପ୍ରଥମରୁ ଅଶୋକ ପଣ୍ଡା ଥିଲା। ପରିବାର ଲୋକ ତାଙ୍କୁ ଘରର ସାନ ପୁଅ ଭାବେ ସ୍ନେହ ଶ୍ରଦ୍ଧା କରୁଥିଲେ। କିନ୍ତୁ ଯେତେବେଳେ ସେମାନେ ଜାଣିଲେ ଆଇଶା ପୁଅ ନୁହଁନ୍ତି, ଜଣେ କିନ୍ନର ସେତେବେଳେ ଆଇଶାଙ୍କ ପ୍ରତି ତାଙ୍କ ବ୍ୟବହାର ବଦଳିଯାଇଥିଲା। 

ଗାଁରେ ଲୋକେ ତାଙ୍କୁ ଟାହି ଟାପରା କରୁଥିଲେ। ସ୍କୁଲ, କଲେଜରେ ବି ତାଙ୍କୁ ମାଇଚିଆ ବୋଲି ସହପାଠୀମାନେ ଡାକୁଥିଲେ। କିନ୍ତୁ ଆଇଶା ସେଥିରେ ହାର ନମାନି ଲଢ଼ିଥିଲେ। ଆଜି ସେ ନିଜର ଏକ ପରିଚୟ ତିଆରି କରିଛନ୍ତି।

କିନ୍ନର ହୋଇଥିଲେ ମଧ୍ୟ ସାଧାରଣ ମଣିଷଙ୍କ ପରି ତାଙ୍କର ମଧ୍ୟ ଗୋଟିଏ ହୃଦୟ ଅଛି। ସେ ପ୍ରେମ ବି କରିଛନ୍ତି। ଏକଥା ଆଇଶା କୁହନ୍ତି।

“ମତେ ବି ଦିନେ ପ୍ରେମ ହୋଇଥିଲା। ମୁଁ ବାହା ହୋଇ ଘର ସଂସାର କରିବାକୁ ସ୍ୱପ୍ନ ଦେଖିଥିଲି। କିନ୍ତୁ କିଛି କାରଣ ଯୋଗୁଁ ଆମେ ଅଲଗା ହୋଇଗଲୁ। ଆଗାମୀ ଦିନରେ ଯଦି ମୋ ଜୀବନରେ କେହି ଏମିତି ମଣିଷ ଆସନ୍ତି, ଯିଏ ମତେ ଭଲ ପାଇବେ, ମତେ ସମ୍ମାନ ଦେବେ ତା’ହେଲେ ମୁଁ ନିଶ୍ଚୟ ବିବାହ କରିବି’’, ଓଡ଼ିଶାଲାଇଭକୁ ସାକ୍ଷାତକାର ଦେଇ କହିଛନ୍ତି ଆଇଶା ପଣ୍ଡା।

ଆଇଶା ପଣ୍ଡାଙ୍କ ଜୀବନ ବିଷୟରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ…

Tags: #Kinnar #AishaPanda #Transgender #କିନ୍ନର #ଆଇଶାପଣ୍ଡା

Comment