ଓଡ଼ିଶାଲାଇଭ୍‌ ବ୍ୟୁରୋ

Fallen tree due to severe cyclone storm Titli in Gopalpur Odishaକେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ବାତ୍ୟା ଅଘଟଣ ଦେଖିବାକୁ ମିଳିଛି। ବୁଧବାର ସକାଳେ ଜଣେ ବ୍ୟକ୍ତିଙ୍କ ଉପରେ ଗଛ ଭାଙ୍ଗିପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପଞ୍ଚୁପଲ୍ଲୀ ଗାଁର ପୂର୍ଣ୍ଣ ଚନ୍ଦ୍ର ନାୟକ। ସେ ଆଜି ସକାଳେ ବାହାରକୁ ଆସିବା ବେଳେ ତାଙ୍କ ଉପରେ ଗଛ ଭାଙ୍ଗି ପଡ଼ିଥିଲା। ଏହି ଅଘଟଣକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି।

ବାତ୍ୟା ‘ୟାସ୍‌’ ପ୍ରଭାବରେ ରାଜ୍ୟରେ ବର୍ଷା ପବନ ଲାଗି ରହିଛି। ବିଭିନ୍ନ ସ୍ଥାନରେ ପବନର ବେଗ ଅଧିକ ରହିଛି। ଆଜି ଦିନ ୧୧ଟାରୁ ୧ଟା ଭିତରେ ବାତ୍ୟାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହେବ। ଏହି ସମୟ ଭିତରେ ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ପବନର ବେଗ ଘଣ୍ଟାକୁ ୧୩୦ରୁ ୧୪୦ କିଲୋମିଟର ରହିବ।

LEAVE A REPLY

Please enter your comment!
Please enter your name here