ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ‘ୟାସ୍’ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଭଦ୍ରକ ଜିଲ୍ଲା ଧାମରା ବନ୍ଦର ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଏହାର ପ୍ରଭାବରେ ସମୁଦ୍ର ଜୁଆରିଆ ରହିବ। ସମୁଦ୍ରରେ ଉଚ୍ଚ ଜୁଆର ଆସିବାର ସମ୍ଭାବନା ରହିଛି।

ବାଲେଶ୍ୱର ଏବଂ ଭଦ୍ରକରେ ୪ ମିଟର ଉଚ୍ଚ ଜୁଆର ଆସିବ ବୋଲି ଆକଳନ କରାଯାଇଛି। ସେହିପରି କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁରରେ ମଧ୍ୟ ୨ରୁ ୩ ମିଟର ଉଚ୍ଚରେ ଜୁଆର ଆସିବ ବୋଲି କୁହାଯାଉଛି। ଆସନ୍ତାକାଲି ପୂର୍ଣ୍ଣିମା ଥିବାରୁ ସମୁଦ୍ର ଅଶାନ୍ତ ରହିପାରେ। ତେଣୁ ସମୁଦ୍ରକ କୁଳିଆ ଲୋକଙ୍କୁ ପ୍ରଶାସନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି।

‘ବାତ୍ୟା’ ୟାସ୍‌ ଏବେ ପାରାଦୀପଠାରୁ ୧୪୦ କିଲୋମିଟର ଦୂରରେ ରହିଛି। ଘଣ୍ଟାକୁ ୧୫ କିଲୋମିଟର ବେଗରେ ଏହା ଆସୁଛି। ବାତ୍ୟା ଓଡ଼ିଶା ଉପକୂଳର ଯେତିକି ନିକଟତର ହେଉଛି ବର୍ଷା ଓ ପବନ ସେତିକି ମାତ୍ରାରେ ବଢ଼ି ଚାଲିଛି। ବର୍ତ୍ତମାନ କଟକ, ଭୁବନେଶ୍ୱର ସମେତ  କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକରେ ବର୍ଷା ଲାଗି ରହିଛି। ପବନ ମଧ୍ୟ ବହୁଛି।

Comment