ଓଡ଼ିଶାଲାଇଭ୍ ବ୍ୟୁରୋ

୫ଜି ସେବା ଅପେକ୍ଷାରେ ରହିଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଯାଉଛି ୫ଜି ସେବା। ୨୦୨୨-୨୩ରେ ୫ଜି ମୋବାଇଲ ସେବା ଆରମ୍ଭ କରାଯିବ। ଏ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନା କରିବା ସମୟରେ ଘୋଷଣା କରିଛନ୍ତି।

କେନ୍ଦ୍ର ସରକାର ୨୦୨୨ରେ ୫ଜି ସ୍ପେକ୍ଟ୍ରମ ପାଇଁ ନିଲାମ କରିବେ। ଆସନ୍ତା ୨୦୨୩ ମସିହାରେ ୫ଜି ସେବା ଆରମ୍ଭ କରାଯିବ। ୨୦୨୨ ମସିହା ମେ’ ମାସ ପର୍ଯ୍ୟନ୍ତ ଟେଲିକମ୍ କମ୍ପାନିଗୁଡ଼ିକୁ ୫ଜି ଟ୍ରାଏଲ ପାଇଁ ଅନୁମତି ଦିଆଯାଇଛି। ୨୦୨୩ ମସିହା ପ୍ରାରମ୍ଭରେ କମର୍ସିଆଲ ୫ଜି ସେବା ଭାରତରେ ଆରମ୍ଭ କରାଯିବା ନେଇ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।

୨୦୨୫ ସୁଦ୍ଧା ସବୁ ଗାଁକୁ ଇଣ୍ଟରନେଟ

ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁସାରେ ପ୍ରତି ଗାଁକୁ ୨୦୨୫ ମସିହା ସୁଦ୍ଧା ଇଣ୍ଟରନେଟ ସୁବିଧା ଯୋଗାଇ ଦିଆଯିବ। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସବୁ ଗାଁକୁ ଏହି ସେବା ଯୋଗାଇବା ପାଇଁ ପିପିପି ମାଧ୍ୟମରେ ଠିକାରେ କାମ ଦିଆଯିବ। ଗ୍ରାମଗୁଡ଼ିକରେ ଅପ୍ଟିକାଲ ଫାଇବର ପହଞ୍ଚିବା ଦ୍ଵାରା ଶସ୍ତାରେ ବ୍ରଡବ୍ୟାଣ୍ଡ ଏବଂ ରିଚାର୍ଜ ସୁବିଧା ମିଳିପାରିବ।

୫ଜି ଆସିଲେ କ’ଣ ଲାଭ ମିଳିବ?

ଦୀର୍ଘ ଦିନ ହେଲା ଭାରତୀୟ ଟେଲିକମ୍ କମ୍ପାନୀ ଏବଂ ଉପଭୋକ୍ତା ଉତ୍କଣ୍ଠାର ସହ ୫ଜି ପାଇଁ ଅପେକ୍ଷା କରିରହିଛନ୍ତି। ୫ଜି ସେବା ଆରମ୍ଭ ହେବା ଦ୍ଵାରା ହାଇସ୍ପିଡ ଇଣ୍ଟରନେଟ୍, ନେଟ୍ ସର୍ଫିଂ ଏବଂ ଫାଷ୍ଟ ଭିଡିଓ ଷ୍ଟ୍ରିମିଂର ନୂତନ ଅଭିଜ୍ଞତା ମିଳିପାରିବ। ଏହା ସହ ବର୍ତ୍ତମାନ ୫ଜି ମୋବାଇଲ ବ୍ୟବହାର କରୁଥିବା ଉପଭୋକ୍ତା ଉଚ୍ଚମାନର ସେବା ଲାଭ ଉଠାଇ ପାରିବେ।

ଇଣ୍ଟରନେଟ ଜଗତରେ ନୂତନତ୍ଵ ଆଣିବ ୫ଜି

ମୋବାଇଲ ନେଟଓ୍ଵର୍କର ନେକ୍‌ଷ୍ଟ ଜେନେରେସନ ହେଉଛି ୫ଜି। ଏହା ଉପଭୋକ୍ତାଙ୍କୁ ରକେଟ୍ ସ୍ପିଡରେ ନେଟଓ୍ଵର୍କ ସେବା ପ୍ରଦାନ କରିବ। ୫ଜି ବ୍ୟବହାରକାରୀଙ୍କୁ ହାଇସ୍ପିଡ ଏଚଡି ସର୍ଫିଂ ସୁବିଧା ମିଳିବ। ସେଲୁଲାର ସର୍ଭିସର ଲାଟେଷ୍ଟ ଟେକ୍ନୋଲୋଜି ହେଉଛି ୫ଜି ସେବା। ଏହା ବର୍ତ୍ତମାନ ବ୍ୟବହାର କରାଯାଉଥିବା ୪ଜି ନେଟଓ୍ଵର୍କର ନେକ୍‌ଷ୍ଟ ଭର୍ସନ। ୫ଜିର ଦ୍ରୁତ ଇଣ୍ଟରନେଟ ସେବା ଯୋଗୁଁ ମାତ୍ର ଏକ ମିନିଟରେ ଗୋଟିଏ ଚଳଚ୍ଚିତ୍ର ଡାଉନଲୋଡ଼ କରିବାର କ୍ଷମତା ଏହାର ରହିଛି।

LEAVE A REPLY

Please enter your comment!
Please enter your name here