ଓଡ଼ିଶାଲାଇଭ୍ ବ୍ୟୁରୋ

ଡାଟା ଚୋରି ଅଭିଯୋଗରେ ଦୁନିଆ ସାରା ବଦନାମ ହୋଇଥିବା ଚୀନର ମୋବାଇଲ ଉପକରଣ ତିଆରି କରୁଥିବା କମ୍ପାନି ହୁବେଇ ପାଇଁ ଭାରତରୁ ଏକ ବଡ଼ ଖରାପ ଖବର ଆସିଛି। ଭାରତର ସବୁଠାରୁ ବଡ଼ ଟେଲିକମ କମ୍ପାନି ଜିଓ ସ୍ୱଦେଶୀ କୌଶଳରେ ୫-ଜି ପାଇଁ ପ୍ରସ୍ତୁତ ହେବା ସହ ଖୁବଶୀଘ୍ର ଏହାକୁ ବଜାରକୁ ଛାଡ଼ିବ ବୋଲି ଘୋଷଣା କରିଛି।

ଜିଓ ୫-ଜି ହେଉଛି ହୁବେଇ ୫-ଜିର କଡା ଜବାବ। ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନି ବୁଧବାର ଏକଥା ଘୋଷଣା କରିଛନ୍ତି। ଖାଲି ଭାରତରେ ନୁହେଁ ୫-ଜି ସଲ୍ୟୁସନ ଅନ୍ୟ ଦେଶକୁ ମଧ୍ୟ ରପ୍ତାନି କରାଯିବ।ରିଲାଏନ୍ସର ୪୩ ତମ ବାର୍ଷିକ ସାଧାରଣ ପରିଷଦରେ ଉଦବୋଧନ ଦେଇ ମୁକେଶ କହିଛନ୍ତି ଯେ, କେନ୍ଦ୍ର ସରକାର ୫-ଜି ସ୍ପେକ୍ଟରମ ଘୋଷଣା କରିବା ମାତ୍ରେ ଜିଓ ଏହାର ପରୀକ୍ଷା ଆରମ୍ଭ କରିବ। ଆସନ୍ତାବର୍ଷ ୫-ଜିର ଫିଲଡ଼ ପରୀକ୍ଷଣ ଆରମ୍ଭ ହେବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ୫-ଜି ସଲ୍ୟୁସନ ଦେଶର ଅନ୍ୟ ଟେଲିକମ କମ୍ପାନିମାନଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ।CGU new

ମୁକେଶ ଅମ୍ବାନି ଏମିତି ଏକ ସମୟରେ ୫-ଜି ଆରମ୍ଭ ହେବା କଥା କହିଛନ୍ତି ଯେତେବେଳେ କି ଚୀନ ଓ ହୁବେଇ ବିରୁଦ୍ଧରେ ସମଗ୍ର ବିଶ୍ୱ ତାତି ଉଠିଛି। ଉଲ୍ଲେଖଯୋଗ୍ୟ ଯେ ,ଗତ ମାସରେ ଆମେରିକା ବିଦେଶ ମନ୍ତ୍ରୀ ମାଇକ ପମ୍ପିଅ କହିଥିଲେ ଯେ କେବଳ ଜିଓ ହିଁ ହୁବେଇକୁ ଟକ୍କର ଦେଇପାରିବ।

Comment