ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆରଆଇଏଲ୍)ର ବାର୍ଷିକ ସାଧାରଣ ବୈଠକରେ ଜିଓ ୫-ଜିର ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ। ଏହା ବିଶ୍ଵର ସବୁଠାରୁ ଆଡଭାନ୍ସ ୫-ଜି ଟେକ୍ନୋଲୋଜି ହେବ ବୋଲି ସେ କହିଛନ୍ତି। ଦୀପାବଳି ଅବସରରେ ଏହି ସେବାର ଶୁଭାରମ୍ଭ କରାଯିବ। ମେଟ୍ରୋ ସିଟିରେ ସର୍ବ ପ୍ରଥମେ ଏହି ସେବାର ଆରମ୍ଭ କରାଯିବ। ଏହା ‘ଜିଓ ଏୟାର ଫାଇବର’ ନାଁରେ ଆସିବାକୁ ଯାଉଛି ବୋଲି ମୁକେଶ ଅମ୍ବାନୀ କହିଛନ୍ତି।

୨୦୨୩ ଡିସେମ୍ବର ମାସ ସୁଦ୍ଧା ପ୍ରତି ସହରରେ ଜିଓ ୫-ଜି ସେବା ଯୋଗାଇ ଦେବାକୁ କମ୍ପାନି ଲକ୍ଷ୍ୟ ରଖିଛି। ୫-ଜି ନେଟଓ୍ଵର୍କ ପାଇଁ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବ କମ୍ପାନି। ମୁକେଶ ଅମ୍ବାନୀ ଏହି ଅବସରରେ ଜିଓ ୫-ଜି ଫିକ୍ସଡ ବ୍ରଡବ୍ୟାଣ୍ଡ ଲାଇନର ମଧ୍ୟ ଘୋଷଣା କରି କହିଛନ୍ତି। କମ୍ ମୂଲ୍ୟରେ ଗ୍ରାହକଙ୍କୁ ୫-ଜି ବ୍ରଡବ୍ୟାଣ୍ଡ ସେବା ପ୍ରଦାନ କରାଯିବ। ଏହା ସହିତ କନେକ୍ଟେଡ ସଲ୍ୟୁସନ ମଧ୍ୟ ଯୋଗାଇ ଦିଆଯିବ। ଏହା ଜରିଆରେ ୧୦୦ ମିଲିୟନ ଘରକୁ ଏହି ସେବା ମିଳିପାରିବ ବୋଲି ସେ କହିଛନ୍ତି।

Tags: #Reliance #RIL #Jio #Jio5G #MukeshAmbani #Business

LEAVE A REPLY

Please enter your comment!
Please enter your name here