ଓଡ଼ିଶାଲାଇଭ୍ ବ୍ୟୁରୋ

‘ଶାର୍କ ଟ୍ୟାଙ୍କ୍ ଇଣ୍ଡିଆ’ ହେଉଛି ଭାରତର ଲୋକପ୍ରିୟ ତଥା ସଫଳ ବ୍ୟବସାୟ ରିଆଲିଟି ସୋ’। ଏହା ଅନ୍ୟ ସିଆଲିଟି ସୋ’ ଠାରୁ ଖୁବ ଭିନ୍ନ। ଏହାର ପ୍ରଥମ ସିଜିନ୍‌ ସୁପର ହିଟ୍‌ ହେବା ପରେ ପ୍ରଶଂସକମାନେ ଏବେ ଉତ୍ସାହର ସହିତ ଦ୍ୱିତୀୟ ସିଜିନକୁ ଅପେକ୍ଷା କରିଛନ୍ତି। ଏହି ସୋ’ର ଦ୍ଵିତୀୟ ସିଜିନ ସୋନି ଟିଭିରେ ଖୁବ୍ ଶୀଘ୍ର ପ୍ରସାରିତ ହେବାକୁ ଯାଉଛି।

ମେକର୍ସମାନେ ସୋ’ର ତାରିଖ ଏବଂ ସମୟ ବିଷୟରେ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ସୋ’ର ନୂଆ ପ୍ରୋମୋ ରିଲିଜ୍‌ ହୋଇଛି। ଏହି ପ୍ରୋମୋରେ କୁହାଯାଇଛି ଯେ, ଶାର୍କ ଟ୍ୟାଙ୍କ ଇଣ୍ଡିଆର ସିଜିନ୍-୨ ୨୦୨୩ ଜାନୁଆରୀ ୨ ତାରିଖ ରାତି ୧୦ଟାରେ ପ୍ରସାରିତ ହେବ। ସୋନି ଟିଭି ସହ ଓଟିଟି ପ୍ଲାଟଫର୍ମ ସୋନି ଲିଭ୍‌ରେ ମଧ୍ୟ ଏହା ଷ୍ଟ୍ରିମ ହେବ।

ସିଜିନ ୨ର ବିଚାରପତି ତାଲିକାରେ କିଛିଟା ପରିବର୍ତ୍ତନ କରାଯାଇଛି। ଚଳିତ ବର୍ଷ ପ୍ୟାନେଲରେ ଅଛନ୍ତି ‘ସୁଗର କସ୍‌ମେଟିକ୍ସ’ର ସହ-ସଂସ୍ଥାପକ ବିନିତା ସିଂହ, ‘ଏମକ୍ୟୁର ଫର୍ମାସ୍ୟୁଟିକଲ୍ସ’ର କାର୍ଯ୍ୟକାରୀ ନିର୍ଦ୍ଦେଶକ ନମିତା ଥାପର, ‘ପିପଲ ଗ୍ରୁପ୍‌’ ଏବଂ ‘ଶାଦି ଡଟ୍ କମ୍‌’ର ସିଇଓ ଅନୁପମ ମିତ୍ତଲ, ‘ବୋଟ୍ ଲାଇଫଷ୍ଟାଇଲ’ର ସହ-ସଂସ୍ଥାପକ ଏବଂ ସିଏମଓ ଅମନ ଗୁପ୍ତା, ‘ଲେନ୍ସକାର୍ଟ’ର ସଂସ୍ଥାପକ ଏବଂ ସିଇଓ ପିୟୁଷ ବଂଶଲ ଏବଂ ଏମାନଙ୍କ ବ୍ୟତୀତ ‘କାରଦେଖୋ’ର ସହ-ପ୍ରତିଷ୍ଠାତା ଅମିତ ଜୈନ ନୂଆ ଶାର୍କ ଭାବେ ସୋ’ ସହ ଯୋଡ଼ି ହୋଇଛନ୍ତି।

‘ଭାରତ ପେ’ର ସହ-ସଂସ୍ଥାପକ ଅଶ୍ରିର ଗ୍ରୋଭର, ଯିଏକି ପ୍ରଥମ ସିଜିନରେ ନିଜର ଦମଦାର ବ୍ୟକ୍ତିତ୍ଵ ଏବଂ ସିଧାସଳଖ ରାୟ ପାଇଁ ଚର୍ଚ୍ଚା ସାଉଣ୍ଟିଥିଲେ, ଦ୍ଵିତୀୟ ସିଜିନରେ ସେ ସୋ’ର ଅଂଶ ହୋଇନାହାନ୍ତି। ‘ମାମାଅର୍ଥ’ର ଗଜଲ ଅଲଘ ମଧ୍ୟ ଦ୍ଵିତୀୟ ସିଜିନର ଅଂଶ ହୋଇନାହାନ୍ତି।

Tags: #ShakTankIndia #SeasonTwo #Investment #Business #StartUps #Entrepreneurs #India #RealityShow #SonyTV

Comment