ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜିଓ ‘୫-ଜି’ ସମ୍ପର୍କରେ ଘୋଷଣା କଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନି।

ଭାରତରେ ଖୁବ୍‌ଶୀଘ୍ର ‘୫-ଜି’ ଲଞ୍ଚ୍‌ କରିବ ଜିଓ। ଏଥିପାଇଁ ଜିଓ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନି ସୂଚନା ଦେଇଛନ୍ତି। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା ଏବଂ ଭାରତର ଯୁବ ଇଞ୍ଜିନିୟରମାନେ ଏହି ୫-ଜି ଟେକ୍ନୋଲୋଜିକୁ ବିକଶିତ କରିଥିବା ଅମ୍ବାନି କହିଛନ୍ତି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୩ତମ ବାର୍ଷିକ ଅଧିବେଶନ ଆଜି ଅନୁଷ୍ଠିତ ହୋଇଥିଲା। କରୋନା ମହାମାରୀ ପାଇଁ ଏହି କାର୍ଯ୍ୟକ୍ରମକୁ ଚଳିତବର୍ଷ ଡିଜିଟାଲ ପ୍ଲାଟଫର୍ମରେ ଆୟୋଜନ କରାଯାଇଥିଲା। ଏଥିରେ ମୁକେଶ ଅମ୍ବାନି ଯୋଗଦେଇ ୫-ଜି ସମ୍ପର୍କରେ ଘୋଷଣା କରିଥିଲେ।

CGU newଭାରତରେ ୫-ଜି ସ୍ପେକ୍ଟ୍ରମ ଉପଲବ୍ଧ ହେବା ପରେ ଜିଓ ୫-ଜି ଟେକ୍ନୋଲୋଜି ଶୁଭାରମ୍ଭ କରିବ। କେନ୍ଦ୍ର ସରକାର ୫-ଜି ସ୍ପେକ୍ଟ୍ରମ ଘୋଷଣା କରିବା ମାତ୍ରେ ଜିଓ ଏହାର ପରୀକ୍ଷା ଆରମ୍ଭ କରିବ। ଆସନ୍ତାବର୍ଷ ୫-ଜିର ଫିଲ୍‌ଡ ପରୀକ୍ଷଣ ଆରମ୍ଭ ହେବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ୫-ଜି ସଲ୍ୟୁସନ ଦେଶର ଅନ୍ୟ ଟେଲିକମ କମ୍ପାନିମାନଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ। ମୁକେଶ ଅମ୍ବାନି ଏହାକୁ ‘ମେଡ୍‌ ଇନ୍‌ ଇଣ୍ଡିଆ ୫-ଜି’ ନାଁ ଦେଇଛନ୍ତି।

ଭାରତରେ ୫-ଜି ସଫଳ ଭାବେ ଲଞ୍ଚ୍‌ କରିବା ପରେ ସାରା ବିଶ୍ୱରେ ଏହାକୁ ଲଞ୍ଛ କରିବାକୁ ଜିଓ ଲକ୍ଷ୍ୟ ରହିଥିବା ଅମ୍ବାନି କହିଛନ୍ତି। ୪-ଜିରୁ ୫-ଜିକୁ ଅତି ସହଜରେ ଅପ୍‌ଗ୍ରେଡ୍‌ ହୋଇପାରିବ ବୋଲି ଅମ୍ବାନି କହିଛନ୍ତି।

Comment