ଓଡ଼ିଶାଲାଇଭ୍ ବିଜିନେସ୍ ବ୍ୟୁରୋ

୨୦୧୬ ମସିହାରେ ଜିଓ କମ୍ପାନିର ଲୋକାର୍ପଣ କରି ଟେଲିକମ୍ ବ୍ୟବସାୟରେ ଚହଳ ସୃଷ୍ଟି କରିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଖୁବ୍ ଶ୍ରୀଘ୍ର ଗ୍ରୀନ୍ ଏନର୍ଜୀ ବ୍ୟବସାୟରେ ପାଦ ଦେବ ବୋଲି ୪୪ତମ ରିଲାଏନ୍ସ ଏଜିଏମ୍‌ ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ୍ ଅମ୍ଵାନି କହିଛନ୍ତି।

ରିଲାଏନ୍ସ ନିୟୁ ଏନର୍ଜୀ କାଉନସିଲ୍ ମାଧ୍ୟମରେ ୧୦୦ ଜିଗା ଓ୍ଵାଟ୍ ସୌରଶକ୍ତି ଉତ୍ପାଦନ କରିବା ପାଇଁ କମ୍ପାନି ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ସେ କହିଛନ୍ତି। ଏଥିପାଇଁ କମ୍ପାନି ମୋଟ୍ ୭୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ ଯୋଜନା ରଖିଛି।ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଜାମ୍ ନଗର ପ୍ଲାଣ୍ଟଠାରେ ୬୦ ହଜାର କୋଟି ଟଙ୍କା ବ୍ୟୟରେ ୪ଟି ଜିଗା ଫ୍ୟାକ୍ଟ୍ରି ମାଧ୍ୟମରେ ପ୍ରସ୍ତୁତ ହେବାକୁ ଥିବା ଗ୍ରୀନ୍ ଏନର୍ଜୀ ୨୦୩୦ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ମୁକେଶ୍ ଅମ୍ଵାନି କହିଛନ୍ତି।

ଗୁରୁବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୪ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଅନୁଷ୍ଠିତ ହୋଇଛି। କରୋନା ସଂକ୍ରମଣ ପାଇଁ ଗତବର୍ଷ ପରି ଏଥର ମଧ୍ୟ ବୈଠକକୁ ଭର୍ଚୁଆଲ୍ ମାଧ୍ୟମରେ ଆୟୋଜନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here