ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନର ଡିଜିଟାଲ ଯୁଗରେ ଇଣ୍ଟରନେଟ୍ ସ୍ଲୋ ହେବା ଏକ ସମସ୍ୟାରେ ପରିଣତ ହୋଇଛି। ତେବେ ଏମିତି କିଛି ଟିପ୍ସ ରହିଛି ଯାହାକୁ ଆପଣାଇଲେ ଆପଣ ଏହି ସମସ୍ୟାକୁ ଦୂର କରିପାରିବେ।

ନିଜେ ନେଟ୍‌ଓ୍ଵର୍କ ସେଟିଂ କରନ୍ତୁ

ଆପଣ ମୋବାଇଲ୍‌ରେ ୪ଜି ସିମ୍ ପକାଇବା ପରେ ଆପେ ଆପେ ନେଟ୍‌ଓ୍ଵର୍କ ସେଟିଂ ହୋଇଯାଇଥାଏ। କିନ୍ତୁ କେବେ କେବେ ଆପଣ ନିଜେ ନେଟ୍‌ଓ୍ଵର୍କ ସେଟ୍ କରିବା ଦରକାର। ନଚେତ୍, ଆପଣଙ୍କ ଫୋନ୍‌ରେ ଇଣ୍ଟରନେଟ୍ ସ୍ପିଡ୍ କମିଯାଇଥାଏ। ଏଣୁ ନିଜ ଫୋନ୍ ସେଟିଂକୁ ଯାଇ ନେଟ୍‌ଓ୍ଵର୍କ ସେଟିଂକୁ କ୍ଲିକ୍ କରନ୍ତୁ। ଏହାପରେ Preferred Network Typeରେ 4G କିମ୍ବା LTE ଚୟନ କରନ୍ତୁ। ଏବେ ପୂର୍ବାପେକ୍ଷା ଇଣ୍ଟରନେଟ୍ ସ୍ପିଡ୍ ବଢ଼ିଯିବ।ଅଦରକାରୀ ଆପ୍‌କୁ ବନ୍ଦ କରନ୍ତୁ

ଆପଣଙ୍କ ସ୍ମାର୍ଟଫୋନ୍‌ରେ ଇନ୍‌ଷ୍ଟଲ ହୋଇଥିବା କିଛି ଆପ୍‌ ଯୋଗୁ ମଧ୍ୟ ଇଣ୍ଟରନେଟ୍ ସ୍ପିଡ୍ କମିଥାଏ। କିଛି ୟୁଜର ଭାବନ୍ତି ଯେ କେବଳ କୌଣସି ଆପ୍ ବା ଓ୍ଵେବ୍‌ସାଇଟ୍ ଖୋଲିଲେ ହିଁ ଡାଟା ସରିଥାଏ। କିନ୍ତୁ ଏହା ଠିକ୍ ନୁହେଁ।କାରଣ ସ୍ମାର୍ଟଫୋନ୍‌ରେ ଏମିତି କିଛି ଆପ୍ ଥାଏ ଯାହାକୁ ଆପଣ ବ୍ୟବହାର ନ କଲେ ମଧ୍ୟ ସେଗୁଡ଼ିକ ବ୍ୟାକ୍‌ଗ୍ରାଉଣ୍ଡରେ ଡାଟା ବ୍ୟବହାର କରିଥାନ୍ତି। ଏହି ସମସ୍ୟା ଦୂର କରିବା ପାଇଁ ଡାଟା ସେଟିଂକୁ ଯାଇ କେଉଁ ଆପ୍ ଅଧିକ ଡାଟା ବ୍ୟବହାର କରୁଛି ତାହା ଦେଖିବାକୁ ପଡ଼ିବ। ଯଦି କୌଣସି ଅଦରକାରୀ ଆପ୍ ଅଛି ତେବେ ତାକୁ ବନ୍ଦ କରିଦିଅନ୍ତୁ।

ନିୟମିତ Cache ଖାଲି କରନ୍ତୁ

ଆପଣଙ୍କ ଫୋନ୍‌ରେ ଯେତେ ଅଧିକ ଫାଇଲ୍ ରହିବ ଇଣ୍ଟରନେଟ୍ ସ୍ପିଡ୍ ସେତେ କମ୍ ହେବ। ଏଣୁ ନିୟମିତ ସମୟ ବ୍ୟବଧାନରେ Cache ଖାଲି କରିବା ଦରକାର। ସପ୍ତାହରେ ଅତି କମ୍‌ରେ ଥରେ ନିଜ ଫୋନ୍‌ରୁ Cache ଖାଲି କରନ୍ତୁ। ଆପ୍‌ ଷ୍ଟୋର୍‌ରେ ଥିବା Cache Auto Clear ସାହାଯ୍ୟରେ ମଧ୍ୟ ଆପଣ ଏହା କରିପାରିବେ।

Comment