ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ସାଓମି Redmi Note 9T 5Gକୁ ଲଞ୍ଚ୍ କରିଛି। ଏହି ଫୋନରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍, ମିଡିଆଟେକ୍ ଡାଇମେନସିଟି ୮୦୦ୟୁ ପ୍ରୋସେସର ସମେତ ଅନେକ ଆକର୍ଷଣୀୟ ଫିଚର ମିଳୁଛି। ଏହି ଫୋନକୁ ଥରେ ଚାର୍ଜ କଲେ ଦୁଇ ଦିନ ପର୍ଯ୍ୟନ୍ତ ବ୍ୟବାହାର କରାଯାଇପାରିବ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି।

ଫିଚର

Redmi Note 9T 5Gରେ ୬.୫୩ ଇଞ୍ଚର ଫୁଲ୍ ଏଚଡି ପ୍ଲସ୍ ଡିସପ୍ଲେ ମିଳୁଛି। ଏଥିସହ ଗରିଲା ଗ୍ଲାସ୍ ୫ ପ୍ରୋଟେକ୍ସନ ଦିଆଯାଇଛି। ଏହି ଫୋନରେ ୟୁନିବଡି 3ଡି କଭର୍ଡ ବ୍ୟାକ୍ ଡିଜାଇନ୍ ଓ ପଞ୍ଚ୍ ହୋଲ୍ ଡିସପ୍ଲେ ମିଳୁଛି। ସାଓମିର ଏହି ନୂଆ ଫୋନ ଆଣ୍ଡ୍ରଏଡ୍ ୧୦ ଆଧାରିତ ମିଡିଆଟେକ୍ ଡାଇମେନସିଟି ୮୦୦ୟୁ ପ୍ରୋସେସର ପ୍ରଦାନ କରାଯାଇଛି। ନାଇଟଫଲ୍ ବ୍ଲାକ୍ ଓ ଡେବ୍ରେକ୍ ପର୍ପଲ ପରି ଦୁଇଟି ରଙ୍ଗରେ ଏହି ଫୋନ୍ ଉପଲବ୍ଧ ହେଉଛି।ଷ୍ଟୋରେଜ୍ ଓ ଦାମ୍

ଏହି ସ୍ମାର୍ଟଫୋନ ଦୁଇଟି ମଡେଲରେ ଉପଲବ୍ଧ ହେଉଛି। ପ୍ରଥମ ମଡେଲରେ ୪ ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ମିଳୁଛି। ଏହି ମଡେଲର ଦାମ୍ ପାଖାପାଖି ୧୭,୮୭୦ ଟଙ୍କା ରଖାଯାଇଛି। ଦ୍ୱିତୀୟ ମଡେଲରେ ୪ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍ ଦିଆଯାଇଛି। ଏହି ମଡେଲ ପାଖାପାଖି ୨୪,୩୦୦ ଟଙ୍କାରେ ଉପଲବ୍ଧ ହେଉଛି।

କ୍ୟାମେରା

ସାଓମିର ଏହି ସ୍ମାର୍ଟଫୋନରେ ଟ୍ରିପଲ ରିୟର କ୍ୟାମେରା ମିଳୁଛି। ଏଥିରେ ୪୮ ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା ଦିଆଯାଇଛି। ଏଥିସହ ୮ ମେଗାପିକ୍ସେଲର ଓ୍ୱାଇଡ୍ ଆଙ୍ଗେଲ କ୍ୟାମେରା ଓ ୨ ମେଗାପିକ୍ସେଲର ମାକ୍ରୋ ଲେନ୍ସ ମିଳୁଛି। ସେହିପରି ସେଲ୍ଫି ପାଇଁ ଏହି ଫୋନରେ ୧୩ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି।ବ୍ୟାଟେରି ଓ କନେକ୍ଟିଭିଟି

Redmi Note 9T 5Gରେ ୫,୦୦୦mAh ବ୍ୟାଟେରି ଓ ଏନ୍ଏଫସି ସପୋର୍ଟ ମିଳିବ। ଏହା ସହିତ ୧୮ ଓ୍ୱାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ପ୍ରଦାନ କରାଯାଉଛି। ସବୁଠୁ ଖାସ୍ କଥା ହେଉଛି, ବ୍ୟାଟେରିକୁ ଥରେ ଚାର୍ଜ କଲେ ଦୁଇ ଦିନ ପର୍ଯ୍ୟନ୍ତ ଫୋନ ଚାଲିବ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି। ସେହିପରି କନେକ୍ଟିଭିଟି ପାଇଁ ଏଥିରେ ଡୁଆଲ-ଷ୍ଟେରିଓ ସ୍ପିକର୍ସ, ଏନ୍ଏଫସି, ଆଇଆର୍ ବ୍ଲାଷ୍ଟର, ଏଫ୍ଏମ୍ ରେଡିଓ ଆଦି ସପୋର୍ଟ ମିଳୁଛି। ସୁରକ୍ଷା ପାଇଁ ଏହି ଫୋନରେ ଫିଙ୍ଗରପ୍ରିଣ୍ଟ ସେନ୍ସର ମଧ୍ୟ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here