ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ସାଓମିର ନୂଆ ସ୍ମାର୍ଟଫୋନ Xiaomi Mi 10iର  ବିକ୍ରି ଆରମ୍ଭ ହୋଇଛି। ଏହି ଫୋନରେ ୧୦୮ ମେଗାପିକ୍ସେଲର କ୍ୟାମେରା ମିଳୁଛି। ଏଥିସହ ୫ଜି ସପୋର୍ଟ, କ୍ୱାଲକମ୍ ସ୍ନାପଡ୍ରାଗନ ପ୍ରୋସେସର ସହ ଅନେକ ଆକର୍ଷଣୀୟ ଫିଚର ମିଳୁଛି।

ଫିଚର

ଏହି ଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୭୫୦ଜି ପ୍ରୋସେସର ଦିଆଯାଇଛି। ଏହା ଆଣ୍ଡ୍ରଏଡ୍ ୧୦ ଆଧାରିତ MIUI 12ରେ ଚାଲୁଛି। Xiaomi Mi 10iରେ ୨,୪୦୦x୧,୮୦୦ ପିକ୍ସେଲବିଶିଷ୍ଟ ୬.୬୭ ଇଞ୍ଚର ଫୁଲ୍ ଏଚଡି ପ୍ଲସ୍ ଡିସପ୍ଲେ ମିଳୁଛି। ଏହା ସହିତ ୧୨୦Hz ରିଫ୍ରେସ୍ ରେଟ୍ ସପୋର୍ଟ ମଧ୍ୟ ରହିଛି। ପାସିଫିକ୍ ସନରାଇଜ୍, ଆଟଲାଣ୍ଟିକ୍ ବ୍ଲୁ ଓ ମିଡନାଇଟ୍ ବ୍ଲାକ୍ ପରି ତିନୋଟି ରଙ୍ଗରେ ଏହି ଫୋନ୍ ଉପଲବ୍ଧ ହେଉଛି।Xiaomi Mi 10i ସ୍ମାର୍ଟଫୋନ IP53 ରେଟିଂ ସହିତ ଆସୁଛି। ଫଳରେ ଧୂଳି ଯୋଗୁ ଫୋନର କୌଣସି କ୍ଷତି ହେବ ନାହିଁ। ସୁରକ୍ଷା ପାଇଁ ଏହି ଫୋନରେ ଫ୍ରଣ୍ଟ ଓ ବ୍ୟାକରେ କୋର୍ନିଙ୍ଗ୍ ଗରିଲା ଗ୍ଲାସ୍ ୫ ଦିଆଯାଇଛି।

କ୍ୟାମେରା

Xiaomi Mi 10iରେ ଦମଦାର୍ କ୍ୟାମେରା ସେଟଅପ୍ ଦିଆଯାଇଛି। ଏହି ଫୋନରେ ୪ଟି ରିୟର କ୍ୟାମେରା ମିଳୁଛି। ଏଥିରେ ୧୦୮ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ରହିଛି। ସେହିପରି ୮ ମେଗାପିକ୍ସେଲର ଅଲଟ୍ରା ଓ୍ୱାଇଡ୍ ଲେନ୍ସ, ୨ ମେଗାପିକ୍ସେଲର ମାକ୍ରୋ ଲେନ୍ସ, ୨ ମେଗାପିକ୍ସେଲର ଡେପଥ୍ ସେନ୍ସର ଅଛି। ସେହିପରି ସେଲ୍ଫି ପାଇଁ ଏଥିରେ ୧୬ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି।ଷ୍ଟୋରେଜ୍

ସାଓମିର ଏହି ନୂଆ ସ୍ମାର୍ଟଫୋନ ଦୁଇଟି ମଡେଲର ଉପଲବ୍ଧ ହେଉଛି। ପ୍ରଥମ ମଡେଲରେ ୬ ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ମିଳୁଛି। ଏହି ମଡେଲର ମୂଲ୍ୟ ୨୧,୯୯୯ ଟଙ୍କା ରଖାଯାଇଛି। ସେହିପରି ଦ୍ୱିତୀୟ ମଡେଲରେ ୮ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍ ଦିଆଯାଇଛି। ଏହି ମଡେଲକୁ ୨୩,୯୯୯ ଟଙ୍କାରେ ଲଞ୍ଚ୍ କରାଯାଇଛି।

ବ୍ୟାଟେରି ଓ କନେକ୍ଟିଭିଟି

Xiaomi Mi 10iରେ ୪,୮୨୦ mAhର ବ୍ୟାଟେରି ମିଳୁଛି। ଏହା ସହିତ ୩୩ ଓ୍ୱାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ଦିଆଯାଇଛି। କନେକ୍ଟିଭିଟି ପାଇଁ ଏଥିରେ ଡୁଆଲ ଷ୍ଟେରିଓ ସ୍ପିକର୍ସ, ୩.୫ ଏମ୍ଏମ୍ ହେଡଫୋନ୍ ଜ୍ୟାକ୍, ୟୁଏସବି ଟାଇପ୍-ସି ପୋର୍ଟ, ଆଇଆର୍ ସେନ୍ସର ସୁବିଧା ମିଳୁଛି।

Comment