ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ମାର୍ଟଫୋନ୍ କିଣିବା ସମୟରେ ଲୋକମାନେ ସାଧାରଣତଃ ଏହାର ଫିଚର, ଡିଜାଇନ୍, ବ୍ୟାଟେରି ଆଦି ଉପରେ ଧ୍ୟାନ ଦିଅନ୍ତି। କିନ୍ତୁ ଏଭଳି କିଛି ସେଟିଂ ରହିଛି ଯାହାକି ନୂଆ ଫୋନ୍ ପାଇଁ ବହୁତ ଜରୁରୀ ହୋଇଥାଏ। ଫୋନ୍ କିଣିବା ପରେ ସେହି ସେଟିଂଗୁଡ଼ିକୁ ବଦଳେଇଦେଲେ ୟୁଜରଙ୍କୁ ଅନେକ ଫାଇଦା ମିଳିଥାଏ।

ସିକ୍ୟୁରିଟି ସେଟିଂ

ସ୍ମାର୍ଟଫୋନ ପାଇଁ ସିକ୍ୟୁରିଟି ସେଟିଂ ବହୁତ ଜରୁରୀ। ଏହାଦ୍ୱାରା ବ୍ୟକ୍ତିଗତ ଡାଟା ସୁରକ୍ଷିତ ରହିଥାଏ। ତେଣୁ ଫୋନ୍ କିଣିବା ପରେ ଏହାର ସିକ୍ୟୁରିଟି ପ୍ରତି ବିଶେଷ ଧ୍ୟାନ ଦେବା ଦରକାର। ଫିଙ୍ଗର ପ୍ରିଣ୍ଟ, ପାସଓ୍ୱାର୍ଡ, ପ୍ୟାଟର୍ନ ଲକ୍, ଫେସ୍ ରେକଗ୍ନାଇଜେସନ୍ ଆଦି ସେଟିଂ ଦ୍ୱାରା ଆପଣ ନିଜ ଫୋନକୁ ସିକ୍ୟୋର କରିପାରିବେ।

ଅଦରକାରୀ Widgetକୁ ବନ୍ଦ କରନ୍ତୁ

ନୂଆ ଫୋନ୍ କିଣିବା ବେଳେ ସେଥିରେ କିଛି Widget ଆଗରୁ ଇନଷ୍ଟଲ ହୋଇଥିବା ଦେଖିଥିବେ। ସେଗୁଡ଼ିକ ଅଧିକ ବ୍ୟାଟେରି ଖର୍ଚ୍ଚ କରିଥାନ୍ତି। ତେଣୁ ସ୍ମାର୍ଟଫୋନରେ ଥିବା ଅବ୍ୟବହୃତ Widgetକୁ ହଟାଇଦିଅନ୍ତୁ।

Device Manager ଜରୁରୀ

ଯଦି ଆପଣ ନୂଆ ଫୋନ୍ କିଣିଛନ୍ତି ତେବେ ସେଥିରେ Device Manager ଆପ୍ ଡାଉନଲୋଡ୍ କରନ୍ତୁ। ଏହି ଆପ୍ ପ୍ରତ୍ୟେକ ଆଣ୍ଡ୍ରଏଡ୍ ଫୋନରେ ରହିବା ଜରୁରୀ। ଯଦି କେବେ ଆପଣଙ୍କ ଫୋନ୍ ହଜିଯାଏ ତେବେ ଏହି ଆପ୍ ସାହାଯ୍ୟରେ ଆପଣ ଫୋନର ଲୋକେସନ ଜାଣିପାରିବେ। ଏଥିସହ ଫୋନ ଲକ୍ ମଧ୍ୟ କରିପାରିବେ।Customize Wallpaper ସେଟିଂ

ଫୋନ୍ କିଣିବା ପରେ ସେଥିରେ ହୋମ ସ୍କ୍ରିନ୍ କଷ୍ଟମାଇଜ୍ କରିଦିଅନ୍ତୁ। ଓ୍ୱାଲପେପର, କଲର, ଆଇକନ୍ସକୁ ନିଜ ହିସାବରେ ଆଡଜଷ୍ଟ କରନ୍ତୁ। ଯେଉଁ ଆପଗୁଡ଼ିକୁ ଆପଣ ଅଧିକ ବ୍ୟବହାର କରୁଛନ୍ତି ତାହାକୁ ହୋମ୍ ସ୍କ୍ରିନରେ ସେଟ୍ କରିଦିଅନ୍ତୁ। ଏହାଦ୍ୱାରା ସେଗୁଡ଼ିକୁ ଆଉ ଖୋଜିବାକୁ ପଡ଼ିବନାହିଁ ଏବଂ ସୁବିଧାରେ ବ୍ୟବହାର କରାଯାଇପାରିବ।

Comment