ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ସାଓମି ନିଜର ବହୁଚର୍ଚ୍ଚିତ ଫୋନ୍ Xiaomi Mi 11କୁ ଲଞ୍ଚ୍ କରିଛି। ଏହା ହେଉଛି ପ୍ରଥମ ସ୍ମାର୍ଟଫୋନ୍ ଯେଉଁଥିରେ ପ୍ରଥମ ଥର ପାଇଁ ସ୍ନାପଡ୍ରାଗନ୍ ୮୮୮ ପ୍ରୋସେସର ଦିଆଯାଇଛି। ଏଥିସହ ୧୦୮ ମେଗାପିକ୍ସେଲ କ୍ୟାମେରା ଓ ଆଡଭାନ୍ସ ଡିସପ୍ଲେ ମଧ୍ୟ ମିଳୁଛି।

ଫିଚର

Xiaomi Mi 11ରେ ୧,୫୦୦ ନିଟ୍ସ ବ୍ରାଇଟନେସ୍, ୪୮୦Hz ଟଚ୍ ସାମ୍ପଲିଙ୍ଗ୍ ରେଟ୍ ଓ ୧୨୦Hz ରିଫ୍ରେସ୍ ରେଟ୍ ସହିତ ୬.୮୧ ଇଞ୍ଚର 2K WQHD (୧,୪୪୦x୩,୨୦୦ ପିକ୍ସେଲ) AMOLED ଡିସପ୍ଲେ ଦିଆଯାଇଛି। ଏହି ଡିସପ୍ଲେରେ HDR10+ ସପୋର୍ଟ ମଧ୍ୟ ମିଳୁଛି। ଏଥିସହ କୋର୍ନିଙ୍ଗ୍ ଗରିଲା ଗ୍ଲାସ୍ ପ୍ରୋଟେକ୍ସନ ଦିଆଯାଇଛି।

ଏହି ସ୍ମାର୍ଟଫୋନରେ ୧୨ଜିବି LPDDRS ରାମ୍ ସହିତ ଅକ୍ଟାକୋର କ୍ୱାଲକମ୍ ସ୍ନାପଡ୍ରାଗନ୍ ୮୮୮ ପ୍ରୋସେସର ମିଳୁଛି। ଏହି ଫୋନ୍ ଆଣ୍ଡ୍ରଏଡ୍ ୧୦ ଆଧାରିତ MIUI ୧୨.୫ରେ କାମ କରୁଛି। ଏଥିରେ ଡୁଆଲ ନାନୋ ସିମ୍ ସପୋର୍ଟ ଅଛି।କ୍ୟାମେରା

Xiaomi Mi 11ରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ପ୍ରଦାନ କରାଯାଇଛି। ଏଥିରେ ୧୦୮ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ମିଳୁଛି। ଏହା ସହିତ ଅପ୍ଟିକାଲ ଇମେଜ୍ ଷ୍ଟାବିଲାଇଜେସନ୍ (OIS) ସପୋର୍ଟ ବି ଦିଆଯାଇଛି। ଏହା 8K ଭିଡିଓ ସୁଟ୍ କରିପାରିବ। ଏହାଛଡ଼ା ଫୋନରେ ୧୩ ମେଗାପିକ୍ସେଲର ଅଲଟ୍ରା ଓ୍ୱାଇଡ୍ ଆଙ୍ଗେଲ କ୍ୟାମେରା ଓ ୫ ମେଗାପିକ୍ସେଲର ମାକ୍ରୋ କ୍ୟାମେରା ଦିଆଯାଇଛି। ସେଲ୍ଫି ପାଇଁ ଏହି ଫୋନରେ ୨୦ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ମିଳୁଛି।

ଷ୍ଟୋରେଜ୍ ଓ ଦାମ୍

ଷ୍ଟୋରେଜ୍ ଓ ଦାମ୍ ଦୃଷ୍ଟିରୁ Xiaomi Mi 11 ତିନୋଟି ମଡେଲରେ ଉପଲବ୍ଧ ହେଉଛି। ୮ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍ ବିଶିଷ୍ଟ ମଡେଲର ମୂଲ୍ୟ ପାଖାପାଖି ୪୫,୦୦୦ ଟଙ୍କା ରଖାଯାଇଛି। ସେହିପରି ୮ ଜିବି ରାମ୍ ଓ ୨୫୬ ଜିବି ଷ୍ଟୋରେଜ ପାଇଁ ପାଖାପାଖି ୪୮,୩୦୦ ଟଙ୍କା ଏବଂ ୧୨ ଜିବି ରାମ୍ ଓ ୨୫୬ ଜିବି ଷ୍ଟୋରେଜ ପାଇଁ ପାଖାପାଖି ୫୨,୮୦୦ ଟଙ୍କା ବିକ୍ରି ମୂଲ୍ୟ ଧାର୍ଯ୍ୟ କରାଯାଇଛି।ବ୍ୟାଟେରି ଓ କନେକ୍ଟିଭିଟି

ସାଓମିର ଏହି ନୂଆ ସ୍ମାର୍ଟଫୋନରେ ୪,୬୦୦mAhର ବ୍ୟାଟେରି ରହିଛି। ଏଥିସହ ୧୦ ଓ୍ୱାଟର ଓ୍ୱାୟରଲେସ୍ ରିଭର୍ସ ଚାର୍ଜିଂ ସପୋର୍ଟ ମିଳୁଛି। ଏହି ବ୍ୟାଟେରି Mi TurboCharge ୫୫ ଓ୍ୱାଟର ଓ୍ୱାୟର୍ଡ ଓ ୫୦ ଓ୍ୱାଟର ଓ୍ୱାୟରଲେସ୍ ଚାର୍ଜିଂ ସପୋର୍ଟ କରୁଛି। କନେକ୍ଟିଭିଟି ପାଇଁ ଏଥିରେ ଏନଏଫସି ଏବଂ ଓ୍ୱାଇଫାଇ ୬ଇ, ବ୍ଲୁଟୁଥ୍ ସପୋର୍ଟ ମିଳୁଛି। ସେହିପରି ଏହି ସ୍ମାର୍ଟଫୋନରେ ବିଲ୍ଟ-ଇନ୍ ହାର୍ଟ ରେଟ୍ ସେନ୍ସର ଓ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ବି ଦିଆଯାଇଛି।

ବର୍ତ୍ତମାନ ପାଇଁ କେବଳ ଚୀନରେ ଏହି ଫୋନକୁ ଲଞ୍ଚ୍ କରାଯାଇଛି। ଖୁବଶୀଘ୍ର ଏହାକୁ ବିଶ୍ୱ ସ୍ତରରେ ଲଞ୍ଚ୍ କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

Comment