ଓଡ଼ିଶାଲାଇଭ୍ ବ୍ୟୁରୋ

ସାଓମି ନିଜର ଆଉ ଏକ ସ୍ମାର୍ଟଫୋନ Xiaomi Mi 10iକୁ ଭାରତରେ ଲଞ୍ଚ୍ କରିବାକୁ ଯାଉଛି। ଆସନ୍ତା ଜାନୁଆରି ୫ ତାରିଖରେ ଏହାକୁ ଭାରତୀୟ ବଜାରରେ ଲଞ୍ଚ୍ କରାଯିବ। ଏନେଇ କମ୍ପାନି ପକ୍ଷରୁ ଏକ ଟିଜର୍ ମଧ୍ୟ ଜାରି ହୋଇଛି। ତେବେ ସବୁଠୁ ଖାସ୍ କଥା ହେଉଛି ଏହି ଫୋନରେ ୟୁଜରଙ୍କୁ ୧୦୮ ମେଗାପିକ୍ସେଲର କ୍ୟାମେରା ମିଳିବ। ଏହାଛଡ଼ା ୫ଜି ସପୋର୍ଟ ସହ ଅନେକ ଦମଦାର୍ ଫିଚର ଦିଆଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଫିଚର

ଏହି ଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୭୫୦ ପ୍ରୋସେସର ଦିଆଯିବ। ଏହା ଆଣ୍ଡ୍ରଏଡ୍ ୧୦ ଆଧାରିତ MIUI 12ରେ ଚାଲିବ। Xiaomi Mi 10iରେ ୬.୬୭ ଇଞ୍ଚର ଫୁଲ୍ ଏଚଡି ପ୍ଲସ୍ ଡିସପ୍ଲେ ମିଳିବ। ଏହା ସହିତ ୧୨୦Hz ରିଫ୍ରେସ୍ ରେଟ୍ ସପୋର୍ଟ ମିଳିବ।କ୍ୟାମେରା

Xiaomi Mi 10iରେ ଦମଦାର୍ କ୍ୟାମେରା ସେଟଅପ୍ ଦିଆଯିବ ବୋଲି କମ୍ପାନିର ଟିଜରରୁ ଜଣାପଡ଼ିଛି। ଏହି ଫୋନରେ ୪ଟି ରିୟର କ୍ୟାମେରା ମିଳିବ। ଏଥିରେ ୧୦୮ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ରହିବ। ସେହିପରି ୧୩ ମେଗାପିକ୍ସେଲର ଅଲଟ୍ରା ଓ୍ୱାଇଡ୍ ଲେନ୍ସ, ୨  ମେଗାପିକ୍ସେଲର ମାକ୍ରୋ ଲେନ୍ସ, ୨ ମେଗାପିକ୍ସେଲର ଡେପଥ୍ ସେନ୍ସର ରହିବ। ସେହିପରି ସେଲ୍ଫି ପାଇଁ ଏଥିରେ ୧୬ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯିବ।

ଷ୍ଟୋରେଜ୍

ସାଓମିର ଏହି ନୂଆ ସ୍ମାର୍ଟଫୋନ ଦୁଇଟି ମଡେଲର ଉପଲବ୍ଧ ହୋଇପାରେ। ପ୍ରଥମ ମଡେଲରେ ୬ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍ ମିଳିପାରେ। ସେହିପରି ଦ୍ୱିତୀୟ ମଡେଲରେ ୮ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍ ଦିଆଯାଇପାରେ।ବ୍ୟାଟେରି

Xiaomi Mi 10iରେ ୪,୮୨୦ mAhର ବ୍ୟାଟେରି ମିଳିବ। ଏହା ସହିତ ୩୩ ଓ୍ୱାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳିବ। ସିକ୍ୟୁରିଟି ପାଇଁ ଏଥିରେ ସାଇଡ୍ ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର ଦିଆଯିବ।

Comment