ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ରେ ଭାରତରେ ଲଞ୍ଚ୍‌ ହେବାକୁ ଯାଉଛି ସାମସଙ୍ଗର ୫ଜି ସ୍ମାର୍ଟଫୋନ।

ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ଭାରତରେ ଲଞ୍ଚ୍‌ ହେବାକୁ ଯାଉଛି ସାମସଙ୍ଗର ୫ଜି ସ୍ମାର୍ଟଫୋନ। ୨୦୧୯ରେ ଆମେରିକୀୟ ଟେଲିକମ୍‌ କମ୍ପାନୀ ଭେରିଜୋନ ଓ ସାମସଙ୍ଗ ମିଳିତ ଭାବେ ଭାରତରେ ଲଞ୍ଚ୍‌ କରିବାକୁ ଯାଉଛନ୍ତି ୫ଜି ସ୍ମାର୍ଟଫୋନ।

୨୦୧୯ରେ ସାମସଙ୍ଗ ଭାରତରେ ୫ଜି ସୁବିଧାକୁ ଏକ ପରିକ୍ଷାମୂଳକ ଭାବେ ଆରମ୍ଭ କରିବାକୁ ଯାଉଛି। ଭାରତୀୟ ଟେଲିକମ ବିଭାଗ ସହ  ମିଶି ସାମସଙ୍ଗ ଏହାର ପ୍ରସ୍ତୁତି ଆରମ୍ଭ କରିଛି। ୨୦୧୯ ବର୍ଷର ପ୍ରଥମ ତିନି ମାସ ମଧ୍ୟରେ ଭାରତୀୟ ଟେଲିକମ ବିଭାଗ ସହ ମିଳିତ ଭାବେ ନୂଆ ଦିଲ୍ଲୀରେ ପ୍ରଥମ ଥର ପାଇଁ ୫ଜି ସୁବିଧାକୁ ଅରମ୍ଭ କରାଯିବ। ୫ଜି ସେବା ଜରିଆରେ ସାମସଙ୍ଗ କମ୍ପାନୀ କୃଷି, ସ୍ୱାସ୍ଥ୍ୟ ତଥା ସ୍ମାର୍ଟସିଟି କ୍ଷେତ୍ରରେ  ବିକାଶ ସୃଷ୍ଟି କରିବାର ଲକ୍ଷ ରଖିଛି।

୫ଜିର ଆରମ୍ଭରେ ଭାରତରେ ଏକ ନୂଆ ଯୁଗର ଆରମ୍ଭ ହେବ। ଳୋକମାନେ ହାଇସ୍ପିଡ ଇଣ୍ଟରନେଟ୍‌ର ସୁବିଧା ପାଇପାରବେ। ଟେଲିକମ୍‌ କମ୍ପାନୀ ଭେରିଜୋନର ମାର୍କଟେିଙ୍ଗ ଅଧ୍ୟକ୍ଷ ବ୍ରାୟନ ହିଙ୍ଗିସ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ସାମସଙ୍ଗ କମ୍ପାନୀ ଆମେରିକା ଓ କୋରିଆରେ ୫ଜି ସେବା ଆରମ୍ଭ କରିସାରିଛି।  ରିଲାଏନ୍ସ ଜିଓ ଏହାର ପ୍ରାଇମ୍‌ ପାର୍ଟନର ରହିବ।

Comment