ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ଆରମ୍ଭ ହେଉଛି ଫ୍ଲିପ୍‌କାର୍ଟର ନୂଆ ଅଫର୍‌ ସେଲ୍‌ ‘ଫ୍ଲିପ୍‌ଷ୍ଟାର୍ଟ’। ଏହି ସେଲ୍‌ରେ ଇଲେକ୍ଟ୍ରୋନିକ୍ସ ଉପକରଣ ଉପରେ ଗ୍ରାହକମାନେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ। ଡିସେମ୍ଵର ୧ ତାରିଖରୁ ଆରମ୍ଭ ହେଉଥିବା ଏହି ସେଲ୍‌ ଡିସେମ୍ଵର ୩ ତାରିଖ ପର୍ଯ୍ୟନ୍ତ ଚାଲୁରହିବ।

ବିଗ୍ ବିଲିୟନ୍ ସେଲ୍ ଏବଂ ବିଗ୍ ଦିଓ୍ଵାଲୀ ସେଲ୍‌ ପରେ ଫ୍ଲିପ୍‌କାର୍ଟ ତାର ଗ୍ରାହକମାନଙ୍କ ପାଇଁ ଆଣିଛି ଆଉ ଏକ ନୂଆ ସେଲ୍ ‘ଫ୍ଲିପଷ୍ଟାର୍ଟ’। ଏହି ସେଲ୍‌ରେ ଟିଭି, ଏସି ଏବଂ ରେଫ୍ରିଜରେଟର ଆଦି କ୍ରୟ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଅଫର ପ୍ରଦାନ କରାଯିବ।ପ୍ରତି ମାସର ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ତାରିଖରେ ଫ୍ଲିପ୍‌କାର୍ଟରେ ଏହି ଅଫର୍‌ ଉବଲବ୍ଧ ହେବ। ପ୍ରଥମକରି ଏହା ଡିସେମ୍ଵର ୧ ତାରିଖଠାରୁ ଆରମ୍ଭ ହେଉଛି। ଏଥିପାଇଁ ଫ୍ଲିପ୍‌କାର୍ଟ ଏକ ସ୍ୱତନ୍ତ୍ର ପେଜ୍‌ ମଧ୍ୟ ପ୍ରସ୍ତୁତ କରିଛି।

ଇଲେକ୍ଟ୍ରୋନିକ୍ସ ଜିନିଷ ବ୍ୟତୀତ ଫ୍ଲିପ୍‌କାର୍ଟରୁ ଅନ୍ୟ ସମସ୍ତ ପ୍ରକାର କ୍ରୟ ଉପରେ ମଧ୍ୟ ଏହି ଅଫର ଲାଗୁ ହେବ। ଯେଉଁଥିରେ ରହିଛି ଡ୍ରେସ୍, ଫୁଟ୍‌ ଓ୍ଵିୟର, ଆସେସୋରିଜ୍, ସ୍ପୋର୍ଟ୍ସ, ଆସବାବପତ୍ର, ଘର ସାଜସଜ୍ଜା ଉପକରଣ ଇତ୍ୟାଦି।

Comment