ଓଡ଼ିଶାଲାଇଭ୍ ବ୍ୟୁରୋ

ବିଗ୍ ବିଲିୟନ୍ ସେଲ୍ ଏବଂ ବିଗ୍ ଦିଓ୍ଵାଲୀ ସେଲ୍‌ ପରେ ଫ୍ଲିପ୍‌କାର୍ଟ ତାର ଗ୍ରାହକମାନଙ୍କ ପାଇଁ ଆଣୁଛି ଆଉ ଏକ ନୂଆ ସେଲ୍ ‘ଫ୍ଲିପଷ୍ଟାର୍ଟ’। ଡିସେମ୍ଵର ୧ରୁ ଡିସେମ୍ଵର ୩ ପର୍ଯ୍ୟାନ୍ତ ଏହି ସେଲ୍‌ ଚାଲୁରହିବ। ଏହି ସେଲ୍‌ରେ ଗ୍ରାହକମାନେ ଇଲେକ୍ଟ୍ରୋନିସ୍‌ ଉପକରଣ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ।

ସେହିପରି ଟିଭି, ଏସି ଏବଂ ରେଫ୍ରିଜରେଟର ଆଦି କ୍ରୟ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଅଫର ପ୍ରଦାନ କରାଯିବା ନେଇ କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।ପ୍ରତି ମାସର ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ତାରିଖରେ ଫ୍ଲିପ୍‌କାର୍ଟରେ ଏହି ଅଫର୍‌ ଉବଲବ୍ଧ ହେବ। ପ୍ରଥମକରି ଏହା ଡିସେମ୍ଵର ୧ ତାରିଖ ଅର୍ଥାତ୍ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଫ୍ଲିପ୍‌କାର୍ଟ ଏକ ସ୍ୱତନ୍ତ୍ର ପେଜ୍‌ ମଧ୍ୟ ପ୍ରସ୍ତୁତ କରୁଛି।

ଇଲେକ୍ଟ୍ରୋନିକ୍ସ ଜିନିଷ ବ୍ୟତୀତ ଫ୍ଲିପ୍‌କାର୍ଟରୁ ଅନ୍ୟ ସମସ୍ତ ପ୍ରକାର କ୍ରୟ ଉପରେ ମଧ୍ୟ ଏହି ଅଫର ଲାଗୁ ହେବ। ଯେଉଁଥିରେ ରହିଛି ଡ୍ରେସ୍, ଫୁଟ୍‌ ଓ୍ଵିୟର, ଆସେସୋରିଜ୍, ସ୍ପୋର୍ଟ୍ସ, ଆସବାବପତ୍ର, ଘର ସାଜସଜ୍ଜା ଉପକରଣ ଇତ୍ୟାଦି।

LEAVE A REPLY

Please enter your comment!
Please enter your name here