ଓଡ଼ିଶାଲାଇଭ୍ ବ୍ୟୁରୋ

ଫ୍ଲିପକାର୍ଟ ବିଗ ବିଲିୟନ ଡେ’ର ବିକ୍ରି ସମାପ୍ତ ହୋଇସାରିଛି। ତେବେ ଯେଉଁମାନେ ଏହାର ଫାଇଦା ଉଠାଇ ପାରି ନାହାନ୍ତି ସେମାନଙ୍କ ପାଇଁ ଖୁସି ଖବର। କାହିଁକି ନା ଆରମ୍ଭ ହେବାକୁ ଯାଉଛି ଫ୍ଲିପକାର୍ଟର ‘ବିଗ୍ ଦିୱାଲୀ ସେଲ୍’। ଏହା ଅକ୍ଟୋବର ୨୯ରୁ ଆରମ୍ଭ ହୋଇ ନଭେମ୍ଵର ୪ ପର୍ଯ୍ୟନ୍ତ ଚାଲୁ ରହିବ।

ଜାଣନ୍ତୁ ଫ୍ଲିପକାର୍ଟ ‘ବିଗ୍ ଦିୱାଲୀ ସେଲ୍’ରେ କିଛି ଦମ୍‌ଦାର ଅଫର ବିଷୟରେ।

  • ଏହି ସେଲ୍‌ରେ ଆକ୍ସିସ୍ ବ୍ୟାଙ୍କ ଡେବିଟ୍ କିମ୍ଵା କ୍ରେଡିଟ୍ କାର୍ଡରେ ସପିଂ କଲେ ୧୦ ପ୍ରତିଶତ ରିହାତି ଦିଆଯିବ।
  • ଫ୍ଲିପକାର୍ଟ ପ୍ଲସ୍ ବ୍ୟବହାରକାରୀ ଗ୍ରାହକମାନେ ଅକ୍ଟୋବର ୨୯ ରାତି ୧୨ଟା ପୂର୍ବରୁ ଏହି ବିକ୍ରିର ଫାଇଦା ପାଇପାରିବେ।
  • ଏସବିଆଇ, ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ଏବଂ ଆକ୍ସିସ୍ ବ୍ୟାଙ୍କ କାର୍ଡରୁ କ୍ରୟ କଲେ ଗ୍ରାହକଙ୍କୁ କୌଣସି EMI ଦେବାକୁ ପଡ଼ିବ ନାହିଁ।
  • ଡେବିଟ୍ କାର୍ଡରେ EMIର ବିକଳ୍ପ ମଧ୍ୟ ଉପଲବ୍ଧ ହେବ।
  • ଏହି ସେଲ୍‌ରେ ସ୍ମାର୍ଟଫୋନ୍ କ୍ରୟରେ ବଡ ରିହାତି ପାଇପାରିବେ ଗ୍ରାହକ।
  • ଭିଭୋ V20ର ମୂଲ୍ୟ ୨୭,୯୯୦ ଟଙ୍କା, କିନ୍ତୁ ଏହି ସେଲରେ ଆପଣ ଏହାକୁ ୨୪,୯୯୦ ଟଙ୍କାରେ କିଣି ପାରିବେ।
  • ସାମସଙ୍ଗ ଗାଲାକ୍ସି F41ର ମୂଲ୍ୟ ୧୯,୯୯୯ ଟଙ୍କା, ଯାହାକୁ ଆପଣ ୧୫,୪୯୯ ଟଙ୍କାରେ କିଣି ପାରିବେ।
  • ସ୍ମାର୍ଟଫୋନ୍ ବ୍ୟତୀତ ଟିଭି, ଲାପଟପ୍, ସ୍ପିକର, କ୍ୟାମେରା ଏବଂ ହେଡଫୋନ୍ ଭଳି ଅନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ମଧ୍ୟ ରିହାତି ଅଫର ପ୍ରଦାନ କରାଯିବ।
  • ଘର ଉପକରଣ ଯେପରିକି ଫ୍ରିଜ୍, ୱାସିଂ ମେସିନ୍, ଗ୍ୟାସ୍‌ ଚୁଲା ଏବଂ ଅନ୍ୟାନ୍ୟ ରୋଷେଇ ସାମଗ୍ରୀ ମଧ୍ୟ ବିଭିନ୍ନ ଡିଲ୍ ଫାଇନାନ୍ସ ବିକଳ୍ପ ଏବଂ ରିହାତି ମିଳିବ।

LEAVE A REPLY

Please enter your comment!
Please enter your name here